ନେସନାଲ୍ ଟ୍ରଷ୍ଟ ଦ୍ଵାରା ସଚେତନତା ଅଭିଯାନ !

ଢେଙ୍କାନାଳ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଠାରେ ଭାରତ। ସରକାରଙ୍କ ନେସନାଲ ଟ୍ରଷ୍ଟ ଓ “ପ୍ରିୟ” ସ୍ଵେଚ୍ଛାସେବୀ ସଂଗଠନ ମିଳିତାନୁକୁଲ୍ୟ ରେ ଏକ ଲିଗାଲ ଗାର୍ଡିଆନ୍ ସିପ ଓ ନିରାମୟ ସ୍ବାସ୍ଥ୍ୟ ବୀମା ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କର ଆଇନଗତ ଅଭିଭାବକ ଓ ନିରାମୟ ସ୍ବାସ୍ଥ୍ୟ ବୀମା ବିଷୟରେ ବୁଝାଇ କହିଥିଲେ। ” ପ୍ରିୟ” ର ନିର୍ଦ୍ଦେଶକ ଟଙ୍କଧର ବାରିକ ସମସ୍ତଙ୍କୁ ସ୍ଵାଗତ କରିବା ସହ ନେସନାଲ ଟ୍ରଷ୍ଟ ଆକ୍ଟ ଆଇନ ବିଷୟରେ ବୁଝାଇ କହିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିତା ଶର୍ମା ଓ ନେସନାଲ ଟ୍ରଷ୍ଟ ର ରାଜ୍ୟ ସଂଯୋଜିକା ସୁଶ୍ଚିସ୍ମିତା ସେନ୍ ଓ ଆଠଟି ବ୍ଲକ୍ ର ସାମାଜିକ ସୁରକ୍ଷା ଅଧିକାରୀ , ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତାଗଣ ଉପସ୍ଥିତ ରହିଥିଲେ। CP, MR,AUTISM ଦିବ୍ୟାଙ୍ଗ ମାନଙ୍କ ପାଇଁ ଯେଉଁ ସବୁ ଯୋଜନା ଅଛି ତାହା ସବୁ ବୁଝାଇ କହିଥିଲେ। ଏଥି ସହିତ “ଐରା” ର ସଂଯୋଜକ ପ୍ରଦ୍ୟୁମ୍ନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.

4 + 18 =