ଢେଙ୍କନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଲେଖକ ସଂସଦ ଭବନ ଠାରେ ଗତ ୫ ଓ ୬ ତାରିଖରେ ସମାଜିକ
ଅନୁଷ୍ଠାନ “ନେଷ୍ଟ” ପକ୍ଷରୁ ଚତୁର୍ଥ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠାନର ସମ୍ପାଦିକା ନଳିନୀ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି । ନୃତ୍ୟ ଓ ସଙ୍ଗୀତ କଳାକାର ମାନଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ଅନୁଷ୍ଠାନର ମୂଳଲକ୍ଷ୍ୟ । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସି.ବି.ଆଇ. ବିଚାରପତି ଭିକାରୀ ଚରଣ ରାଉତ, ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ସରୋଜ କୁମାର ଶତପଥୀ, ନିଶ୍ୱାର୍ଡ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ରୁଦ୍ର ନାରାୟଣ ଷଡଙ୍ଗୀ,ସର୍ବଶିକ୍ଷା ଅଭିଯାନ ସଂସ୍ଥାର ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ବୀଣାପାଣି ସେନାପତି ପ୍ରମୁଖ ଯୋଗଦେଇ ଶିଶୁ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଶିଶୁ କଳାକାରମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଅନୁଷ୍ଠାନର ସଭାପତି ମୁକୁନ୍ଦ
ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଅନୁଷ୍ଠାନର କଳାକାର ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଦେବ ପ୍ରସାଦ ନନ୍ଦ, ପ୍ରଜ୍ଞା ସ୍ୱାଇଁ, ଦୀପାଳି ସାହୁ, ପ୍ରଫୁଲ୍ଲ କୁମାର ରାଉତ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଜୟ କୁମାର ସାହୁ ପରିଚାଳନା କରିଥିବାବେଳେ ସଂପାଦିକା ନଳିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।