ଢେଙ୍କାନାଳ : ଢେଙ୍କାନାଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଆମ ପ୍ରତିଭା ଆମ ସମ୍ମାନ” ପକ୍ଷରୁ ବସ୍ଷ୍ଟାଣ୍ଡସ୍ଥିତ ଆଗେଇବା କାର୍ଯ୍ୟାଳୟ ଠାରେ ଜୟପ୍ରକାଶ ନାରାୟଣଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି । ଅନୁଷ୍ଠାନର ସଭାପତି ପ୍ରିୟ ରଞ୍ଜନ ମାହୁଁନ୍ତଙ୍କ ସଭାପତିତ୍ୱରେଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ମହେଶ ସାହୁ ଯୋଗଦେଇ ଜୟ ପ୍ରକାଶଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳିଜ୍ଞାପନ କରିଥିଲେ । ଭାରତ ବର୍ଷରେ ରାଜନୈତିକ ଆନ୍ଦୋଳନର ନୂତନ କର୍ଣ୍ଣଧାର ଜୟ ପ୍ରକାଶ ନାରାୟଣଙ୍କ ଅବଦାନ ସଂପର୍କରେ ଆଲୋକପାତକରିଥିଲେ । ଜୟ ପ୍ରକାଶ ଯେଉଁ ଅଣ କଂଗ୍ରେସ ରାଜନୀତିର ବୀଜ ବପନ କରିଥିଲେ ତାହା ଆଜି ସମଗ୍ର ଦେଶରେ ସଫଳତାର ସହ କାର୍ଯ୍ୟକରୁଛି ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । ବକ୍ତା ଭାବେ ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ର ଯୋଗଦେଇ ଜୟ ପ୍ରକାଶଙ୍କ ସ୍ମୃତିଚାରଣ କରିସଂପୂର୍ଣ୍ଣ କ୍ରାନ୍ତିର ବାର୍ତାବହ ଭାବରେ ସାମାଜିକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ, ଯାହାକି ପରବର୍ତୀ ସମୟରେ ସମଗ୍ର ଭାରତୀୟ ରାଜନୈତିକ,ସାମାଜିକ ତଥା ନିସ୍ପେଷିତ ବର୍ଗର ସ୍ୱର ଭାବରେ ପରିଗଣିତ ହୋଇପାରିଥିଲା । ଜୟ ପ୍ରକାଶଙ୍କ ପଦାଙ୍କ ଅନୁସରଣ କରିପାରିଲେ ସଂପୂର୍ଣ୍ଣ କ୍ରାନ୍ତିହୋଇପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ । ପରେ ଅନୁଷ୍ଠାନ ପକ୍ଷରୁ ବାଜିଚୌକସ୍ଥିତ ସହୀଦ ବାଜି ରାଉତଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବାଜି ରାଉତ ଅମର ରହେ ବୋଲି ଶ୍ଲୋଗାନ୍ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସଦାନନ୍ଦ ସେଠୀ, ସମାଜସେବୀ ଭରତ କୁମାର ଦାସ, ଆଇନ୍ଜୀବୀ ନବ କିଶୋର ସାହୁ, କିଶାନ୍ ବିଶ୍ୱାଳ, ପ୍ରତାପ କୁମାର ଦାସ, ସଦାଶିବ ମହାପାତ୍ର, ଶେଖର ସେଠୀ, ଦୁଷ୍ମନ୍ତ ମହାନ୍ତି, ଶ୍ୟାମସୁନ୍ଦର ସାହୁ, ସୁମନ୍ତ ସ୍ୱାଇଁ ପ୍ରମୁଖ ସାମିଲ୍ ଥିଲେ ।