ସହିଦ ବାଜି ରାଉତ ଙ୍କ ୮୭ ତମ ଶ୍ରାଦ୍ଧୋତ୍ସବ ପାଳିତ : ଯୁବପିଢୀ ସହିଦ ବାଜି ରାଉତଙ୍କ ଭଳି ସାହସୀ ଓ ଦେଶପ୍ରେମୀ ହେବାକୁ ଆହ୍ବାନ -ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଢ଼େଙ୍କାନାଳ- ମାତ୍ର ୧୨ ବର୍ଷ ବୟସ ରେ ଦେଶ ମାତୃକାର ରକ୍ଷା ନିମନ୍ତେ ପ୍ରାଣବଳି ଦେଇ ମହାନ୍ ଦେଶ ଭକ୍ତ ତଥା ବିଶ୍ବର ସର୍ବ କନିଷ୍ଠ ସହିଦ ଭାବରେ ସବୁ ଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିବେ ବୀର ବାଜି ରାଉତ । ସହିଦ ଙ୍କ ତ୍ୟାଗପୂତ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ସେବାରେ ନିଜକୁ ନିୟୋଜିତ କରିବା ସହିତ ସାହସୀ ଓ ଦେଶପ୍ରେମୀ ହେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବ ସମାଜ କୁ ଆହ୍ବାନ ଦେଇଥିଲେ। ବାଜି ରାଉତ ଙ୍କ ତ୍ୟାଗର ନିଦର୍ଶନ ସ୍ବରୂପ ନିଳକଣ୍ଠପୁର ଗ୍ରାମର ସାମଗ୍ରିକ ବିକାଶ ନିମନ୍ତେ ଅଧିକ ଧ୍ୟାନ ଦିଆଯିବ ଏବଂ ନୀଳକଣ୍ଠପୁର ନଦୀ ଘାଟରେ ସହିଦ ଙ୍କ ର ଏକ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଭୁବନ ବ୍ଲକ ଅନ୍ତର୍ଗତ ରକ୍ତତୀର୍ଥ ନିଳକଣ୍ଠପୁର ଗ୍ରାମରେ ବାଜି ରାଉତ ସ୍ମୃତି ପରିଷଦ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶ୍ରାଦ୍ଧୋତ୍ସବରେ ମୁଖ୍ୟ ବକ୍ତା ଭାବେ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ଦେଶ ସେବା ନିମନ୍ତେ ନିଃସ୍ଵାର୍ଥପର ଭାବ ନେଇ ସ୍ଵତଃ ପ୍ରବୃତ ଭାବେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା, ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର,ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ( ସାଧାରଣ), ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ, ମହୁଲପାଳ ( କଣପାଳ) ସରପଞ୍ଚ ଶ୍ରୀମତୀ ଲିପସା ରାଉତ,ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ର,ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ଜେନା ଯୋଗଦେଇ ସହିଦ ବାଜି ରାଉତ ଙ୍କ ସ୍ମୃତି ଚାରଣ କରି ତାଙ୍କର ମହାନତା ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଏହି ଅବସରରେ ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସ୍ବରୂପ ଆରକ୍ଷୀ ବାହିନୀ ତରଫରୁ ରାଷ୍ଟ୍ରୀୟ ସଲାମୀ ପ୍ରଦାନ କରାଯାଇଥିଲା । ବାଜି ରାଉତ ଙ୍କ ଦାୟଦ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସତ୍ୟ ନାରାୟଣ କର ସଭା ପରିଚାଳନା କରିଥିଲେ । ସ୍ମୃତି ପରିଷଦ ସଭାପତି କୋଦଣ୍ଡଧର ସାହୁ ସଭାପତିତ୍ବ କରିଥିଲାବେଳେ ମହୁଲପାଳ ( କଣପାଳ) ସରପଞ୍ଚ ଶ୍ରୀମତୀ ଲିପ୍ସା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ବ୍ରାହ୍ମଣୀ ନଦୀରେ ତିଳ ତର୍ପଣ କରାଯାଇଥିଲା ।

Leave A Reply

Your email address will not be published.

two × 5 =