ସ୍ବାଧୀନ ଭାରତରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହେଉ !

ସରକାର ହିତାଧିକାରୀ ମାନଙ୍କୁ ଭତ୍ତା ଟଙ୍କା ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଉଥିଲେ ମଧ୍ୟ ସେ ଟଙ୍କା ହିତାଧିକାରୀଙ୍କୁ ମିଳୁ ନାହିଁ ।  ଯାହାର ଜ୍ୱଳନ୍ତ ଉଦାହରଣ ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ କଡ଼ଲା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ କଡ଼ଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼ମୁଣ୍ଡା ଗ୍ରାମର ୭୦ ବର୍ଷୀୟା ବୃଦ୍ଧା ଚଞ୍ଚଳା ସାହୁ ଦୀର୍ଘ ଦେଢ଼ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଏ ସଂପର୍କରେ ହିତାଧିକାରୀ ଚଞ୍ଚଳା ପଞ୍ଚାୟତ ସରପଞ୍ଚ ଓ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ବରଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାହାର ସମାଧାନ କରିବା ପରିବର୍ତ୍ତେ ବିଭିନ୍ନ ଆଳ ଦେଖାଇ ଠକି ଚାଲିଥିଲେ ବୋଲି ହିତାଧିକାରୀ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଧରି ବୃଦ୍ଧା ଭତ୍ତା ଟଙ୍କା ନପାଇବା ଏବଂ ବିଭିନ୍ନ ଆଳ ଦେଖାଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କୁ ଠକିବା କୁ ନେଇ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ବୃଦ୍ଧା ଭତ୍ତା ଟଙ୍କା ପାଇବାରୁ କାହିଁକି ବଞ୍ଚିତ ଥିଲେ ତାହା ତଦନ୍ତ ସାପେକ୍ଷ।  ଏ ସଂପର୍କରେ ଆମେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କଡ଼ଲା ପଞ୍ଚାୟତ ସରପଞ୍ଚଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ହେଁ ସମ୍ଭବ ହୋଇପାରିନଥିଲା। ତେବେ ଖବର ପ୍ରକାଶ ପାଇବା ପରେ କେବେ ହିତାଧିକାରୀ ଚଞ୍ଚଳାଙ୍କୁ ଭତ୍ତା ଟଙ୍କା ମିଳୁଛି ତାହା ଦେଖିବାକୁ ବାକି ରହିଲା। 

Leave A Reply

Your email address will not be published.

12 + four =