ଗଣଦୁଷ୍କର୍ମକାରୀ ମାନଙ୍କୁ ତୁରନ୍ତ ଗିରଫ ଓ ପୀଡ଼ିତାଙ୍କୁ କ୍ଷତିପୂରଣ ସହ ନ୍ୟାୟ ପାଇଁ ଆମ୍ ଆଦମୀ ପାର୍ଟିର ଦାବି !

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଧିନ ମହୁଲପୁଞ୍ଜି ଗ୍ରାମର ଜନୈକ ୨୩ ବର୍ଷୀୟା ଝିଅ ସାତ ମାସ ହେବ ଅନ୍ତସତ୍ତ୍ୱl l ପୀଡ଼ିତାଙ୍କ କହିବାନୁସାରେ ସେହି ଗ୍ରାମର ପ୍ରାୟ ଦଶ ଜଣ ବ୍ୟକ୍ତି ଜୋର ଜବରଦସ୍ତି ଗଣ ଦୁଷ୍କର୍ମ କରିଆସୁଥିଲେ। କନ୍ୟା ଭିନ୍ନକ୍ଷମ ସହ ଭୂମିହୀନ l ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଘର ବା ଦିବ୍ଯାଙ୍ଗ ଭତ୍ତା ମିଳି ନାହିଁ। ଘର ନଥିବାରୁ ଦୀର୍ଘ ଦିନ ଧରି ଗାଁ ରେ ଥିବା ଡୋକ୍ରାଗୃହର ସିଢି ତଳେ ଉଭୟ ବାପ ଝିଅ ରହି ଆସୁଛନ୍ତି। ଏହାର ଫାଇଦା ଉଠାଇ ସେହି ଗ୍ରାମର ପ୍ରାୟ ୧୦ଜଣ ଯୌନ ପିପାସୁ ପ୍ରତିଦିନ ତାକୁ ଗଣଧର୍ଷଣ କରିଆସିଛନ୍ତି। ବର୍ତ୍ତମାନ ସେ ସାତ ମାସର ଅନ୍ତସତ୍ତ୍ଵl । ଯେଉଁମାନେ ଏହି ଗଣ ଦୁଷ୍କର୍ମ କରୁଥଲେ ସେମାନଙ୍କ ଘରକୁ ପୀଡ଼ିତା ନିଜେ ଯାଇ କାହାର ସ୍ତ୍ରୀ, ମାଆ ଓ ବାପା ମାନଙ୍କୁ ନେହୁରା ହୋଇ ଏପରି ଦୁଷ୍କର୍ମ ବନ୍ଦ କରିବାପାଇଁ ଅନୁରୋଧ କରିଛି, ସାହାଯ୍ୟ ମାଗିଛି l ମାତ୍ର ସେମାନେ ପାଗେଳୀ କହି ତଡି ଦେଇଥିଲେ l ଜଣେ କେହି ବଦାନ୍ୟ ବ୍ୟକ୍ତି ଏହି ଘଟଣା ସଂମ୍ପର୍କରେ ପାଞ୍ଚ ଦିନ ପୂର୍ବେ ଜିଲ୍ଲା ମେଡିକାଲ ଭିତରେ ଥିବା ସଖୀ କେନ୍ଦ୍ରକୁ ଜଣାଇଥିଲେ ଓ ପରେ ଭାପୁର ଫାଣ୍ଡି ଅଧିକାରୀଙ୍କୁ ଜଣାଇଥିଲେ l ମାତ୍ର ସଖୀ ଏବଂ ପୁଲିସ ବିଭାଗ ତତ୍ପରତା ଦେଖାଇନଥିଲେ l ଏବେ ପ୍ରଶ୍ନ ଉଠୁଛି ମସ୍ତିଷ୍କ ବିକୃତା ପୀଡ଼ିତା ସେହି ସାତ ମାସର ଗର୍ଭକୁ ନଷ୍ଟ କରିବ ନା ପିଲାକୁ ଜନ୍ମ ଦେବ l ତାଛଡା ଏହି ପିଲାର ପରିଚୟ କଣ ରହିବ l ପୀଡ଼ିତା କହିବାନୁସାରେ ସମସ୍ତ ଗଣ ଦୁଷ୍କର୍ମକାରୀ ମାନଙ୍କୁ ଗିରଫ କରି ସେମାନଙ୍କର ଡି ଏନ ଏ ପରୀକ୍ଷା କରାଯାଉ ଏବଂ ଆଇନ ଅନୁସାରେ କଠୋର ଦଣ୍ଡ ଦିଆଯାଉ l ଏହି ଖବର ଜାଣିବା ପରେ ଆମ୍ ଆଦମୀ ପାର୍ଟି ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ବରେ ଏକ ଟିମ୍ ପ୍ରଥମେ “ସଖୀ” କେନ୍ଦ୍ର ଏବଂ ପରେ ମହୁଲପୁଞ୍ଜି ଗ୍ରାମକୁ ଯାଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଏବଂ ପୀଡ଼ିତାଙ୍କ ପଡୋଶୀ ମାନଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ l ଗ୍ରାମ ସଭାପତିଙ୍କ ଘର, ଡୋକ୍ରା ଗୃହ ଓ ସରକାରୀ ବିଦ୍ୟାଳୟ ପାଖକୁ ଲାଗିଛି l ଏପରି ଅଭାବନୀୟ ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣି ମଧ୍ୟ ପୀଡ଼ିତାଙ୍କୁ ସାହାଯ୍ୟ କରିନଥିଲେ l ଦୋଷୀ ମାନଙ୍କୁ ଗିରଫ କରି ତୁରନ୍ତ ଦଣ୍ଡ ଦେବା ସହ ପୀଡ଼ିତା ପରିବାରକୁ ଥଇଥାନ କରିବାକୁ ଆପ୍ ଦାବି କରୁଛି। ଏ ଘଟଣା ସମ୍ପର୍କରେ ଥାନା ଅଧିକାରୀ ଗତ ୩ ସେପ୍ଟେମ୍ବରରୁ ଜାଣିଥିଲେ ମଧ୍ଯ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜ୍ଜୁ କରି ନାହାଁନ୍ତି । ଏହା ଏକ ସମ୍ବେଦନଶୀଳ ଲୋମହର୍ଷଣକାରୀ ଘଟଣା ହୋଇଥିବାବେଳେ ସୁଅମୋଟ ସଦର ଥାନା ଅଧିକାରୀ ନିଜ ତରଫରୁ ମାମଲା ରୁଜ୍ଜୁ ନକରିବା ଦୁର୍ଭାଗ୍ୟଜନକ। ସେହିପରି ମହିଳାଙ୍କୁ ଆଇନ ଗତ ସହାୟତା ଦେବା ପାଇଁ ଜିଲ୍ଲାରେ ରହିଥିବା ସକ୍ଷୀର ପଦାଧିକାରୀମାନେ ଏତେଦିନ ନୀରବ ରହି ଆଜି ରବିବାର ସଦର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏପରିକି ଲିଖିତ ଅଭିଯୋଗ ମଧ୍ୟ କରି ନାହାଁନ୍ତି । ଅଭିଯୁକ୍ତମାନେ ଗ୍ରାମରେ ଖୁଲମଖୁଲା ବୁଲୁଥିବା ବେଳେ ଅଭିଯୁକ୍ତମାନଙ୍କୁ ଖସାଇ ଦେବାକୁ ଯୋଜନା ଚାଲିଛି ବୋଲି ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳିଛି। ପୀଡ଼ିତାକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ଦୋଷୀ ମାନଙ୍କୁ କଠୋର ଦଣ୍ଡ ପୀଡିତାର ତୁରନ୍ତ ଥଇଥାନ ପାଇଁ ଆମ୍ ଆଦମୀ ପାର୍ଟି ଦାବି କରିଛି ଓ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦଳ ନିଷ୍ପତ୍ତି ନେଇଛି । ଏହି ଟିମ୍‌ରେ ସଭାପତି ଶ୍ରୀ ନାୟକଙ୍କ ବ୍ୟତୀତ ଉପସଭାପତି ଜିତେନ୍ଦ୍ର ବେହେରା, ସଦର ବ୍ଳକ ସଭାପତି ରାଜ କୁମାର ପ୍ରଧାନ, ଅନିଲ ନାଥ, ରବିନାରାୟଣ ସ୍ବାଇଁ ଓ ଗଣେଶ୍ୱର ପରିଡା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ଘଟଣାକୁ ନିନ୍ଦା କରିଥିଲେ।

Leave A Reply

Your email address will not be published.

five × five =