ଶତାୟୁ,ବି.ବି.ହାଇସ୍କୁଲରେ ପବିତ୍ର ଗଣେଶ ପୂଜା ମହାସମାରୋହରେ ପାଳିତ !

ଢେଙ୍କାନାଳ : ଶତାୟୁ,ବି.ବି.ହାଇସ୍କୁଲ୍,ଢେଙ୍କାନାଳରେ ସୁସଜ୍ଜିତ, ବର୍ଣ୍ଣାଢ଼୍ୟ, ପବିତ୍ର ଗଣେଶ ପୂଜା ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁସାରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ମିଳିତ ମାର୍ଗଦର୍ଶନ ଓ ନେତୃତ୍ବରେ ଓ ପୂଜକ ଭାବରେ ସଂସ୍କୃତ ଶିକ୍ଷକ ଦିପ୍ତିଶ୍ କୁମାର ଶତପଥୀଙ୍କ ପରିଚାଳନାରେ ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ମହାବିଘ୍ନ ବିନାଶନ ଗଜାନନଙ୍କୁ ଯଥାବିଧି ହୋମଯଜ୍ଞ,ସୁଗନ୍ଧ ପୁଷ୍ପ,ଧୂପ,ଦୀପ,ଆଳତୀ,ନୈବେଦ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା ଏବଂ ଗଣେଶଙ୍କ ଶ୍ଲୋକାବୃତି ସହିତ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଛାତ୍ରୀ ଛାତ୍ର ମାନେ ଅନେକ ପ୍ରକାର ସୁଗନ୍ଧିତ ପୁଷ୍ପ ଓ ପୁଷ୍ପ ହାର, ନଡ଼ିଆ, କଦଳୀ, ରାଶିଲଡୁ, ଉଖୁଡା ଆଦି ଗଣେଶ ମହାପ୍ରଭୁଙ୍କ ପ୍ରିୟ ନୈବେଦ୍ୟ ସବୁ ଆଣି ସଭକ୍ତିରେ ପ୍ରଦାନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ଓ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ମିଳିତ ମାର୍ଗଦର୍ଶନ ଓ ନେତୃତ୍ବରେ ବିନାୟକଙ୍କ ପୂଜା ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟାଙ୍କ ସମେତ ବହୁ ପୂରାତନ ଛାତ୍ରୀ ଛାତ୍ର ,ବର୍ତ୍ତମାନର ୬୫୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଛାତ୍ର ,ସେମାନଙ୍କର ପିତା ମାତା, ଅଭିଭାବିକା, ଅଭିଭାବକ ମଧ୍ୟ ଯୋଗଦାନ କରି ନିଜର ଅତୀତର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଗଣେଶ ପୂଜାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରି ଥିଲେ। ପରିଶେଷରେ ସମସ୍ତେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ପ୍ରସାଦ ସେବନ କରିଥିଲେ।

Leave A Reply

Your email address will not be published.

three × two =