ଢ଼େଙ୍କାନାଳ : ଭୁବନ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୯ ଲିଟର ଦେଶୀ ମଦ ଓ ୭ ଲିଟର ବିଦେଶୀ ମଦ ( ବିଅର) ଜବତ କରାଯାଇ ଏଥିରେ ସଂପୃକ୍ତ ୨ ଜଣ ପୁରୁଷ ଓ ଜଣେ ମହିଳା ଙ୍କୁ ଗିରଫ କରାଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଭୁବନ ଥାନା ଅନ୍ତର୍ଗତ ଥୋରିଆସନ୍ଦା ଗ୍ରାମରେ ଚଢ଼ାଉ କରାଯାଇ ଭାରତୀ ମୁଣ୍ଡା ଙ୍କ ନିକଟରୁ ୧୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ କାମାକ୍ଷାନଗର ବାଲିପଡ଼ା ଗ୍ରାମର ନାରାୟଣ ବେହେରା ଙ୍କ ଠାରୁ ଯମୁନାକୋଟ ନିକଟରେ ୧୯ ଲିଟର ଦେଶୀ ମଦ ଜବତ କରାଯାଇଥିଲା । ଭୁବନ ଏନ ଏ ସି ଅନ୍ତର୍ଗତ ୯ ନମ୍ୱର ୱାର୍ଡ ର ମନୋଜ କୁମାର ବାରିକ ଙ୍କ ନିକଟରୁ ୭.୮ ଲିଟର ବିଦେଶୀ ମଦ ( ବିଅର) ଜବତ କରାଯାଇଥିଲା । ବେଆଇନ ମଦ ବିକ୍ରି ଅଭିଯୋଗରେ ଉପରୋକ୍ତ ୩ ଜଣ ଙ୍କୁ ଗିରଫ କରାଯାଇ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇ ଜେଲ କୁ ପଠାଇ ଦିଆ ଯାଇଛି । ଭୁବନ ଅବକାରୀ ଅଧିକାରୀ ସୌରଭ ମିଶ୍ର ଙ୍କ ସମେତ କନଷ୍ଟେବଳ ଗୋଲାପ ସାହୁ,ପ୍ରେମାନନ୍ଦ ବେହେରା,ପ୍ରଫୁଲ୍ଲ କୁମାର ସାମଲ,ହରିହର ସୋରେନ,ଆଲୋକ ଜେନା,ସତ୍ୟବ୍ରତ ମହାଳିକ ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ ।