ମୂର୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କର୍ତୃପକ୍ଷଙ୍କ କାର୍ଯ୍ୟାଳୟ ଢେଙ୍କାନାଳ ଠାରେ କୃଷକ ଉତ୍ପାଦକ କମ୍ପାନୀର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ !

ଢେଙ୍କାନାଳ :  ଢେଙ୍କାନାଳ ମୂର୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କର୍ତୃପକ୍ଷଙ୍କ କାର୍ଯ୍ୟାଳୟ ସଭା ଗୃହରେ ରିୱାର୍ଡକାର୍ଯ୍ୟକ୍ରମ ଅନ୍ତର୍ଗତ ଧରିତ୍ରୀ ଆଗ୍ରୋ କୃଷକ ଉତ୍ପାଦକ କମ୍ପାନୀ ଓ ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀର ବୋର୍ଡନିର୍ଦ୍ଦେଶକ ମାନଙ୍କୁ ନେଇ ଗ୍ରାଂଟ୍‌ଥର୍ଣଟନ୍ ଭାରତ ଓ ମୂର୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଢେଙ୍କାନାଳଙ୍କ ମିଳିତ ସହଯୋଗରେଏକ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ତାଲିମ ଶିବିରରେ ପ୍ରକଳ୍ପ ନିର୍ଦେଶକ କଳ୍ପବଟ ବେହେରା,ଢେଙ୍କାନାଳ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ଡଃ ବିମଳେନ୍ଦୁ ମହାନ୍ତି, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀଶିବନାରାୟଣ ସିଂ, ଅତିରିକ୍ତ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଅନୁରାଧା ବେହେରା ତାଲିମି ଦାତାଭାବରେ ନିଜ ନିଜ ବିଭାଗରେ ଥିବା ଯୋଜନା ଗୁଡ଼ିକୁ ଭଲ ଭାବରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ପ୍ରକଳ୍ପ ନିର୍ଦେଶକସମସ୍ତ ଅଂଶ ଗ୍ରହଣ କାରୀଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଲା ଗ୍ରାଂଟ୍‌ଥର୍ଣଟନ୍ ଭାରତ ସଂଯୋଜକ ନାରାୟଣ ଖଟୁଆ, ତାଲିମରମୁଖ୍ୟ ଉଦ୍ଦେଶ୍ୟ ଓ ରିୱାର୍ଡ ପ୍ରକଳ୍ପର ଅଗ୍ରଗତି ଓ ଭବିଷ୍ୟତର କାର୍ଯ୍ୟ ଯୋଜନାକୁ ପିପିଟ ମାଧ୍ୟମରେ ଉପସ୍ଥାପନା କରିଥିଲେ। ଶିବନାରାୟଣ ସିଂ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ, ମୂର୍ତିକା ସ୍ୱାସ୍ଥ୍ୟ କାର୍ଡ, ମୁଖ୍ୟମନ୍ତ୍ର‌୍ୟ କୃଷି ଉଦ୍ୟୋଗ ଯୋଜନା,ପିଏମ୍‌ଏଫ୍‌ବିୱାଇ, ଧାଡି ରୁଆ ଡିଏସ୍‌ଆର୍ ଯୋଜନା ଓ ରିୱାର୍ଡ ପ୍ରକଳ୍ପ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ ତରଫରୁ ନିୟମିତ ଭାବରେ ବୋର୍ଡ ନିର୍ଦ୍ଦେଶକ ମେମ୍ବରମାନଙ୍କର ତାଲିମ ଯଥା ଦକ୍ଷତା ବୃଦ୍ଧି, ଉଦ୍ୟୋଗୀ ବିକାଶ ଉପରେ ବୋର୍ଡ ନିର୍ଦ୍ଦେଶକ ମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁପରାମର୍ଶ ଦେଇଥିଲେ । ତତ୍ ସହିତ ବୋର୍ଡ ନିର୍ଦ୍ଦେଶକମାନଙ୍କର ମାସିକ ବୈଠକ କରିବା ପାଇଁ ପରାମର୍ଶ ଦେଇଥିଲେ ।ଏହି ରିୱାର୍ଡ କାର୍ଯ୍ୟକ୍ରମ ମାଧ୍ୟମରେ କିପରି ସହଜରେ ଧରିତ୍ରୀ ଏବଂ ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ କୁ ଆଗକୁ ନିଆଯାଇପାରିବ, ସେ ବିଷୟରେ ସୁଦିପ୍ତ କୁମାର ବିଶ୍ୱାଳ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦେଶକ ମୂର୍ତିକାସଂରକ୍ଷଣ ତରଫରୁ ଶ୍ରଧେୟ କୁମାର ମିଶ୍ର, ଚିତରଞ୍ଜନ ସେନାପତି ଓ ଜଟାଧାରୀ ସ୍ୱାଇଁ , ଗ୍ରାଂଟଥର୍ଣଟନ୍ ଭାରତ ତରଫରୁଚିନ୍ମୟ କୁମାର ଦାସ, ଘନଶ୍ୟାମ ଜେନା ଓ ଅଞ୍ଜଳି ଗାନ୍ଧୀ ଉପସ୍ଥିତ ଥିଲେ । ଏହି ଏକ ଦିନିଆ ତାଲିମ କାର୍ଯ୍ୟକ୍ରମ କୁନାରାୟଣ ଖଟୁଆ ଜିଲ୍ଲା ସଂଯୋଜକ, ଗ୍ରାଂଟଥର୍ଣଟନ୍ ଭାରତ ପରିଚାଳନା କରିଥିଲେ ଓ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍‌ଅର୍ପଣ କରି ଏହି ଏକ ଦିନିଆ ତାଲିମ ଶିବିରକୁ ଶେଷ କରିବା ପାଇଁ ପ୍ରକଳ୍ପ ନିର୍ଦେଶକ ମୂର୍ତିକା ସଂରକ୍ଷଣ ଙ୍କୁ ଅନୁରୋଧକରିଥିଲେ ।

Leave A Reply

Your email address will not be published.

eighteen − 2 =