“ଆଦୃତା” ଶିଶୁଗୃହରେ ସାମୁହିକ ଜନ୍ମ ଦିନ ପାଳନ ପ୍ରସ୍ତୁତି ବୈଠକ !

ଢେଙ୍କାନାଳ: ଢେଙ୍କାନାଳ ଶ୍ୟାମାଚଣପୁରସ୍ଥିତ “ଆଦୃତା” ଶିଶୁ ଗୃହ ପରିସରରେ ଅନ୍ତେବାସୀମାନଙ୍କ ସାମୁହିକଜନ୍ମଦିନ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୈଶବରୁ ପିତା କିମ୍ବା ମାତା ଅଥବା ଉଭୟଙ୍କୁ ହରାଇ “ଆଦୃତା”‘ଶିଶୁ ଗୃହରେ ଅବସ୍ଥାନ କରୁଥିବା ଅନ୍ତେବାସୀମାନଙ୍କର ଶିକ୍ଷା ଓ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଓ ସେଥିନିମନ୍ତେ ଶିଶୁମାନଙ୍କୁପ୍ରୋତ୍ସାହିତ କରିବାକୁ ସାମୁହିକ ଜନ୍ମଦିବସ ମହାସମାରୋହରେ ଆସନ୍ତା ଅଗଷ୍ଟ ୧୯ ତାରିଖ ରକ୍ଷାବନ୍ଧନ ଅବସରରେଆୟୋଜନ କରାଯିବାକୁ ସ୍ଥିର ହୋଇଛି ।ଏହି ଅବସରରେ ଅନ୍ତେବାସୀମାନଙ୍କୁ ଶିକ୍ଷା, କ୍ରୀଡା, ଯୋଗାସନ, ନୃତ୍ୟ, ସଂଗୀତ, ସମୟାନୁବର୍ତିତା, ଶୃଙ୍ଖଳା ଓପରିସ୍କାର ପରିଚ୍ଛନ୍ନତା ନିମନ୍ତେ ସମ୍ବର୍ଦ୍ଧିତ ପୂର୍ବକ ଉତ୍ସାହିତ କରାଯିବ । ଅନୁଷ୍ଠାନର ସମସ୍ତ ଶୁଭେଚ୍ଛୁ, ପୃଷ୍ଠପୋଷକ ତଥାସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ଏଥିରେ ସାମିଲ୍ କରାଯିବାକୁ ନିଷ୍ପତି ହୋଇଛି ।ଏହି ବୈଠକରେ ପରେଶ ଚନ୍ଦ୍ର ପଟ୍ଟନାୟକ, ବିରଂଚି ନାରାୟଣ ପାଣୀ, ଯୋଗିନାଥ ମହାନ୍ତି, ଆଲୋକ କୁମାରଦାଶ, କିଶୋର କୁମାର ମିଶ୍ର, ଅନିତା ରଥ, ଶିବ ପ୍ରସାଦ ପଣ୍ଡା ଓ ରୋଟାରିଆନ୍ ରାଜ କିଶୋର ବେହେରା ପ୍ରମୁଖ ଯୋଗଦାନକରିଥିଲେ ଓ ଏହି କାର୍ଯ୍ୟକ୍ରମରେ ସମସ୍ତ ସହୃଦୟ ବ୍ୟକ୍ତି ବିଶେଷଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.

15 + 12 =