ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ଅରୁଣ ପଣ୍ଡାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ !

ଢେଙ୍କାନାଳ : ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ ପଣ୍ଡାଙ୍କ ବିୟୋଗରେ ଆମ ପ୍ରତିଭା ଆମ ସମ୍ମାନପକ୍ଷରୁ ଏକ ଶୋକସଭା ଗୁରୁବାର ପୂର୍ତବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ସାଂସଦମହେଶ ସାହୁ ଅରୁଣ ପଣ୍ଡାଙ୍କ ବିୟୋଗରେ ଶୋକ ପ୍ରକାଶ କରି ସ୍ୱର୍ଗତ ପଣ୍ଡା ଓଡିଆ ସାମ୍ବାଦିକତା ଜଗତର ଜଣେସଫଲ ମଣିଷ ଥିଲେ । ସେ ଅନୁସୂଚିତ ଜନଜାତି ଓ ବିକାଶ ଦିଗରେ ତାଙ୍କର କଲମ ବେଶ୍ ଶାଣିତ ଥିଲା ବୋଲିକହିଥିଲେ । ତାଙ୍କ ସହିତ ବ୍ୟକ୍ତିଗତ ସଂପର୍କ ଖୁବ୍ ମଜଭୁତ୍ ଥିଲା ବୋଲି କହିଥିଲେ । ଶୋକ ସଭାରେ ପ୍ରତାପଦାସ, ସାମ୍ବାଦିକ ଶିଶିର ଶତପଥୀ, ସଦାଶିବ ମହାପାତ୍ର, ଜିତେନ୍ଦ୍ର ପଟ୍ଟନାୟକ, ତିଳୋତମା ଚୌଧୁରୀ, ଅନିନ୍ଦିତାମିଶ୍ର, ଶ୍ୟାମସୁନ୍ଦର ସାହୁ, ଆଇନ୍‌ଜୀବୀ କିଶାନ ବିଶ୍ୱାଳ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ସ୍ୱର୍ଗତ ପଣ୍ଡାଙ୍କବିୟୋଗ ଓଡିଶା ସାମ୍ବାଦିକତା ଜଗତରେ ଏକ ଶୂନ୍ୟତା ସୃଷ୍ଟି କଲା ବୋଲି କହିଥିଲେ । ସ୍ୱର୍ଗତ ପଣ୍ଡାଙ୍କ ଅମରଆତ୍ମାର ସଦ୍‌ଗତି ପାଇଁ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.

12 + eight =