ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଜରି ପାଲ ତଳେ ଛଅ ପ୍ରଣୀ କୁଟୁମ୍ବ, ପଡୁନି ପ୍ରଶାସନ ର ନଜର ….

ଢ଼େଙ୍କାନାଳ : ଭୁବନ ବ୍ଲକ୍ ଅନ୍ତର୍ଗତ ବାରୁଆଁ. (ଖ) ପଞ୍ଚାୟତ କଂଅସରଗୋଡା ଗ୍ରାମର ପ୍ରଫୁଲ ଦେହୁରୀ (୭୫) ଆବାସ ଯୋଜନା ରୁ ବଞ୍ଚିତ ଥିବାରୁ ଜରି ପାଳ ତଳେ କାଟୁଛନ୍ତି I ପ୍ରଫୁଲ ଙ୍କ ପରିବାର କହିଲେ ପତ୍ନୀ ପାର୍ବତୀ ଦେହୁରୀ (୬୦) ଗୋଟିଏ ପୁଅ ଶରତ ଦେହୁରୀ (୪୨) ବହୁ ଗୀତାଞ୍ଜଲି ଦେହୁରୀ ଓ ଦୁଇ ନାତି ନାତୁଣୀ ଏମିତିକି ଛଅ ପ୍ରଣୀ କୁଟୁମ୍ବ I

ପ୍ରଫୁଲ୍ଲ ଙ୍କ ବୟସ ପାଖାପାଖି ସତୁରୀ ଟପିଲାଣି ସେ ଆଉ ପାରୁନାହାନ୍ତି I ପୁଅ ଯାହା ଯେମିତି ଗାଁ ଗଣ୍ଡାରେ ରୋଜଗାର କରେ ଘର ଜାହି ତହିଁ ଘର ଚଳେ I ଦୁଇ ବର୍ଷ ତଳେ ବର୍ଷା ପବନରେ ଚାଳ ଉଡ଼ିଯିବାରୁ ମାଗି ଯାଚି ଆଣି ଜରି ପାଲ ଢାଙ୍କି ଛନ୍ତି I ଖରା ଦିନେ ଯତର କତର ଚାଲିଯାଉଥିବା ବେଳେ ବର୍ଷା ଦିନେ ଜୀବନ କୁ ବାଜି ଲଗାଇ ରହୁଛନ୍ତି ଏମିତିକି ରାତିରେ ଉଜାଗର ରହିବାକୁ ପଡୁଚି I

ଅଭାବ ଅନଟନ ଭିତରେ ପରିବାର ଚଲୁଥିବା ବେଳେ ପକ୍କା ଘର ଖଣ୍ଡେ କରିବା ପାଇଁ ସାତ ସପନ ପାଲିଟିଛି I ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହେଲିନି ଚାରି ପାଞ୍ଚ ଜଣ ସରପଞ୍ଚ ଗଲେଣି କେହି କର୍ଣ୍ଣ ପାତ କରୁନଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି ପ୍ରଫୁଲ୍ଲ I ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଆବାସ ଯୋଜନା ରେ ଘର ଯୋଗାଇ ଦେବା ପାଇଁ ନିବେଦନ କରୁଛନ୍ତି I

Leave A Reply

Your email address will not be published.

4 × 1 =