“ବିଶ୍ୱ ଚେତନା” ଅନୁଷ୍ଠାନ ପକ୍ଷରୁ “ଜୀବନ ଜ୍ୟୋତି”ରେ ଦାନ ଉତ୍ସବ ପାଳିତ !

ଢେଙ୍କାନାଳ : ଢ଼େଙ୍କାନାଳ ସହର ଉପକଣ୍ଠ କଣ୍ଟେଇ କୋଳିଆ ସ୍ଥିତ ଜୀବନଜ୍ୟୋତି ମାନସିକ ଅନଗ୍ରସର ବିଦ୍ୟାଳୟ ପରିସରରେ,ଏକ ନିଆରା ଢଙ୍ଗରେ “ବିଶ୍ୱ ଚେତନା” ଅନୁଷ୍ଠାନ ପକ୍ଷରୁ “ଦାନ ଉତ୍ସବ” ପାଳିତ ହୋଇଯାଇଛି । ଅକ୍ଟୋବର ୨ ରୁ ୮ ତାରିଖପର୍ଯ୍ୟନ୍ତ “ଦାନ ଉତ୍ସବ” କାର୍ଯ୍ୟକ୍ରମ ମାଧ୍ୟମରେ ଦେବା ନେବାର ଏହି ପରମ୍ପରା ପାଳିତ ହେଉଛି । ଏହି କ୍ରମରେ “ବିଶ୍ୱ ଚେତନା”ଅନୁଷ୍ଠାନର ସଂପାଦିକା ରୋଜାଲିନ୍ ସ୍ୱାଇଁ, ମୁଖ୍ୟ କାର୍ଯ୍ୟକ୍ରମ ସଂଯୋଜିକା ପୁଷ୍ପାଞ୍ଜଳି ରାଉତ, ରୁଦ୍ରାଂଶ, ଶ୍ରଦ୍ଧାଞ୍ଜଳୀପଟ୍ଟନାୟକ, ପଦ୍ମିନୀ ମହାନ୍ତି, ଝରଣା ବେହେରା, ଦିପୁନ୍ ପ୍ରଧାନ ଓ ରାମେଶ୍ୱର ମାଇତି ପ୍ରମୁଖ “ଜୀବନ ଜ୍ୟୋତି”ଦିବ୍ୟାଙ୍ଗଛାତ୍ରଛାତ୍ରୀମାନଙ୍କୁ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ, ବାଦ୍ୟଯନ୍ତ୍ର ପରିବେଷଣ ଓ ନୃତ୍ୟ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେସେମାନଙ୍କ ଓଠରେ ହସ ଫୁଟାଇବାର ପ୍ରୟାସ କରିଥିଲେ । ଅନ୍ତେବାସୀମାନଙ୍କୁ ସୁଷମ ଖାଦ୍ୟ ଓ ଫିଜିଓଥେରାପିର ଉପକାରିତାସଂପର୍କରେ ସଚେତନ କରାଯାଇଥିଲା । ଶୃଙ୍ଖଳିତ ଜୀବନଚର୍ଯ୍ୟା, ଆଧ୍ୟାତ୍ମିକ ପରିବେଶ ଓ ପରସ୍ପର ମଧ୍ୟରେ ଭାଇଚାରା, ସ୍ନେହ,ସହାନୁଭୁତି ବାଣ୍ଟିବାର ପରମ୍ପରା ଚାଲୁ ରଖିବାକୁ ରୋଜାଲିନ୍ ସ୍ୱାଇଁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.

18 − fourteen =