ଢେଙ୍କାନାଳ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଶଙ୍ଖଭବନରେ ନବୀନଙ୍କ ବୈଠକ !

ଢ଼େଙ୍କାନାଳ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶଙ୍ଖଭବନରେ ରାଜ୍ୟର ସମସ୍ତ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କୁ ନେଇ ବୈଠକ କରିବା ସହ ଜନସାଧାରଣଙ୍କ ସହ ଯୋଡି ହୋଇରହିବାର ଗୁରୁମନ୍ତ୍ର ଦେଉଛନ୍ତି । ଏହି ପରିପେକ୍ଷୀରେ ଗତକାଲି ଶଙ୍ଖଭବନରେ ଢେଙ୍କାନାଳ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଆୟୋଜିତ ହୋଇଛି ଦଳୀୟ ମାନସମନ୍ଥନ । ଦଳର କୋରକମିଟି ପ୍ରମୁଖ ସଦସ୍ୟ ପୂର୍ବତନ ସାଂସଦ ହିନ୍ଦୋଳ ନିର୍ବାଚନମଣ୍ଡଳୀ ନେତା ମହେଶ ସାହୁଙ୍କ ନେତୃତ୍ୱରେ ହିନ୍ଦୋଳ,ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନେତୃତ୍ୱରେ କାମାକ୍ଷାନଗର,ପୂର୍ବତନ ବିଧାୟକ ସୁଧୀର ସାମଲଙ୍କ ନେତୃତ୍ୱରେ ଢେଙ୍କାନାଳ ନିର୍ବାଚନମଣ୍ଡଳୀର ବହୂ କାର୍ଯ୍ୟକର୍ତ୍ତା ଶଙ୍ଖଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆୟୋଜିତ ବୈଠକରେ ଦଳର ସାଙ୍ଗଠନିକ ବ୍ୟାପାର ସମ୍ପର୍କରେ ବିସ୍ତୃତ ବିଚାରବିମର୍ଶ କରିଥିଲେ । ଏହି ଅବସରରେ ସାରା ଓଡିଶାର ଜନମାନସର ଜନପ୍ରିୟ ନେତା ଐତିହାସିକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ବିଜୁଜନତାଦଳ ଓଡିଶାବାସୀଙ୍କ ସେବା ଓ ଉର୍ନ୍ନତି ପାଇଁ ସମର୍ପିତ, ତୃଣମୂଳ ସ୍ତରରେ ପୂର୍ବବତ ଜନସାଧାରଣଙ୍କ ସେବା ଜାରିରହୁ, ଆପଣମାନେ ଜନତାଙ୍କ ସହ ରୁହନ୍ତୁ, ଏକଜୁଟ ରୁହନ୍ତୁ, ଦଳ କିପରି ଆଗକୁ ପୁଣିଥରେ ସରକାର କରିବ ସେଥିପାଇଁ ଉଦ୍ୟମ ପରିଶ୍ରମ ଜାରି ରଖନ୍ତୁ ଓ ବିଜେଡି ଏକ ମହାଦ୍ରୁମ ଅଟେ । ନବୀନଙ୍କ ସହ ଭେଟି ବିଜୁଜନତାଦଳର ନେତା, କାର୍ଯ୍ୟକର୍ତା ଓ କର୍ମୀମାନେ ବେଶ ଉତ୍ସlହିତ ହେବାସହ ନୂତନ ଆଶାର କିରଣ ପାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ନିର୍ବାଚନମଣ୍ଡଳୀର ନେତା ମହେଶ ସାହୁଙ୍କ ନେତୃତ୍ୱରେ ରାଜ୍ୟ ଯୁବବିଜେଡି ସମ୍ପାଦକ ଦେବିପ୍ରସାଦ ପଟ୍ଟନାୟକ,ହିନ୍ଦୋଳ ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ପୂର୍ବତନ ଉପାଧ୍ୟାକ୍ଷା ଅନୁସୟା ମାହୁନ୍ତ, ଢେଙ୍କାନାଳ ଜିଲ୍ଲାବିଜେଡି ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ଜିଲ୍ଲାଯୁବବିଜେଡି ସମ୍ପାଦକ ପ୍ରଶାନ୍ତ ଦାସ,ଓଡାପଡା ବ୍ଲକ ଉପାଧ୍ୟକ୍ଷ ଅମିତାଭ ସ୍ୱାଇଁ,ହିନ୍ଦୋଳ ବ୍ଲକବିଜେଡି ମହିଳା ସଭାପତି ଅନୁସୟା ଗଡ଼ନାୟକ,ହିନ୍ଦୋଳ ଏନଏସି ଉପାଧ୍ୟାକ୍ଷା ପ୍ରତିମା ରାଉତ,ଜିଲ୍ଲାପରିଷଦ ସଭ୍ୟା ମମତାଞ୍ଜଳି ବେହେରା, କାଉନସିଲର ବିଷ୍ଣୁପ୍ରିୟା ନାଏକ, ଶୁଭଲଷ୍ମୀ ଦେହୁରୀ, ବିଜୟ ପ୍ରଧାନ, ଅନୁପମା ସାହୁ, ବନିତା ଦାସ, ରିତାରାଣୀ ବେହେରା, ସୁମତି ଦେହୁରୀ,ସରପଞ୍ଚ ଜତି ନାଏକ,ଅଜିତ ସିଂ,ଓଡାପଡା ବ୍ଲକବିଜେଡି ସଭାପତି ଚିତ୍ତରଞ୍ଜନ ନାଥ,ବରିଷ୍ଠ ବିଜେଡିନେତା ଶ୍ରୀକାନ୍ତ ମହାପାତ୍ର, ଶୁଭେନ୍ଦୁ ଦାସ ,ବିଜୟ ବେହେରା,ସଂଯୁକ୍ତା ବେହେରା,ଚିନ୍ମୟ ଦାସ,କୈଳାଶ ବେହେରା, ରମେଶ ସାହୁ,ବାବୁ ପଣ୍ଡା, ଅଜୟ ଭଞ୍ଜ, ହାପି ଗଡ଼ନାୟକ,ଦେବାର୍ଚ୍ଚନ ଦେହୁରୀ, ଜିତେନ୍ଦ୍ର ସର, ମାନସ ସାମଲ,ସିଧେସ୍ୱର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ତେବେ ପୂର୍ବତନ ସାଂସଦ ମହେଶ ସାହୁଙ୍କ ଦୃଢ଼ନେତୃତ୍ୱରେ ଜନସାଧାରଣଙ୍କ ପାଇଁ ସେବା ଓ ଦଳୀୟ କାର୍ଯ୍ୟ ଆଗକୁ ଜାରି ରଖିବୁବୋଲି ଯୋଗଦେଇଥିବା ହିନ୍ଦୋଳ ନିର୍ବାଚନମଣ୍ଡଳୀର ଜନସାଧାରଣ ସମସ୍ତ ନିର୍ବାଚିତ ବ୍ଲକ ଓ ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷ/ଉପାଧ୍ୟକ୍ଷl, କାଉନସିଲର, ସରପଞ୍ଚ, ସମିତି ସଭ୍ୟ,ପୂର୍ବତନ ଅଧ୍ୟକ୍ଷ, ଉପାଧ୍ୟାକ୍ଷା,ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ କାର୍ଯ୍ୟକ୍ରମପରେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

1 × 1 =