ସ୍ଵାଧୀନତାର ଦୀର୍ଘ ବର୍ଷ ପରେବି ମୌଳିକ ଅଧିକାର ରୁ ବଞ୍ଚିତ ଟୋଲଙ୍କଲୁଣ୍ଡୀ ଗ୍ରାମ !

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ୍ ଲେଥକା ପଞ୍ଚାୟତର ଟୋଲଙ୍କଲୁଣ୍ଡୀ ଗ୍ରାମ ସ୍ଵାଧୀନତା ର ୭୫ବର୍ଷ ପରେବି ମୌଳିକ ଅଧିକାର ରୁ ବଞ୍ଚିତ । ଶିକ୍ଷା ପରିମଳ ଦିନକୁ ଦିନ ବିପର୍ଯ୍ୟୟ ହେବାରେ ଲାଗିଛି। ଏହି ଗ୍ରାମରେ ୩୦୦ ଲୋକ ରହୁଥିବାବେଳେ ଦିର୍ଘ ବର୍ଷ ହେବ ଗ୍ରାମରୁ ପ୍ରାଥମିକ ବିଦ୍ୟାଳୟ ଅନ୍ୟତ୍ର ଉଠିଯାଇଛି ଫଳରେ ଛୋଟଛୋଟ ପିଲା ୩ କିମି ଯାଇ ବହୁ ଅସୁବିଧା ମଧ୍ୟରେ ପାଠ ପଡୁଛନ୍ତି ସେଥିପାଇଁ ଅନେକ ସମୟରେ ଏହି ପିଲାମାନେ ବିଦ୍ୟାଳୟକୁ ଯାଇ ନ ପାରି ଘରେ ରହୁଛନ୍ତି । ଏହି ଗ୍ରାମର ଞ୍ୱାର୍ଡମେମ୍ବର ପ୍ରକାଶ ମହାନ୍ତି ମତ ଦିଅନ୍ତି ଗ୍ରାମରେ ବର୍ଷା ଓ ଅନ୍ୟାନ୍ୟ ସମୟରେ ଡ୍ରେନ ନଥିବା ହେତୁ ମଝି ରାସ୍ତା କାଦୁଅପଚପଚ ଯାହାକି ସ୍ୱାସ୍ଥ୍ୟ ଓ ପରିମଳ ଧର୍ମକୁ ଆଖି ଠାର ଭଳି । ୩୦୦ ଲୋକଙ୍କ ପାଇଁ ରହିଥିବା ଏକମାତ୍ର ନଳକୂପ ଅଧିକାଂଶ ସମୟ ଖରାପ ହୋଇଥିବା ହେତୁ ଏହି ଗ୍ରାମର ହରିଜନ ସାହିର ଲୋକେ ନାଳର ଜଳ ବ୍ୟବହାର କରୁଅଛନ୍ତି। ଶ୍ରୀ ମହାନ୍ତି ଏ ବାବଦରେ ବହୁବାର ଗ୍ରାମର ଉନ୍ନତୀ ତଥା ଶିକ୍ଷା ପରିମଳ ପାଇଁ ବିଭିନ୍ନ ସମୟରେ ବହୁ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ଫଳଶୁନ । ସ୍ଵାଧୀନତାର ଦିର୍ଘବର୍ଷ ପରେ ମଧ୍ୟ ଗ୍ରାମ୍ୟ ଜୀବନର ଏଭଳି ଚିତ୍ର ବାସ୍ତବରେ ଏକ ଦୁଃଖର ବିଷୟ । ସରକାର ଓ ପ୍ରଶାସନ ଏହାର ତୁରନ୍ତ ସମାଧାନ ନେଇ ଗ୍ରାମବାସୀ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

fifteen + 5 =