ଢେଙ୍କାନାଳ : ରାଷ୍ଟ୍ରବାଦୀ, ଜନନାୟକ ଦୀନ୍ଦୟାଲ ଉପାଧ୍ୟାୟଙ୍କ ୧୦୯ତମ ଜୟନ୍ତୀ ପାଳନ ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜ ନିର୍ବାଚନ ମଣ୍ଡଳୀର ଶଙ୍କରପୁରପଂଚାୟତ ଅନ୍ତର୍ଗତ ପାମାଳ ଗ୍ରାମରେ ପାଳନ କରି ସ୍ୱର୍ଗତ ଦୀନଦୟାଲଜୀଙ୍କ ଜୀବନୀ, ଦର୍ଶନ ଓ ରାଜନୈତିକ ଚିନ୍ତାଧାରାଉପରେ ଆଲୋକପାତ କରିଥିଲେ । ସେଠାରେ ବୃକ୍ଷରୋପଣ କରିବା ସହ ବହୁ ଜନସାଧାରଣ, ଯୁବକ, ଯୁବତୀଙ୍କୁ ଦଳରେସାମିଲ୍ କରି ସଦସ୍ୟ କରିଥିଲେ । ଅନୁରୂପ ଭାବେ ସେହି ପଂଚାୟତର ରତନପୁର, ବାଲ୍ୟାମ୍ବା ପଂଚାୟତର ଅଉଖମା, ଲମ୍ବୋଦରପୁରପଂଚାୟତର ଗୋହିରାଖାଲ, କାଙ୍କଡପାଳ ପଂଚାୟତର ନରଣପୁର, ଢେଙ୍କାନାଳ ନଗରମଣ୍ଡଳର ବନମାଳୀ ପ୍ରସାଦ, ମାଣ୍ଡପାସାହି,ଗଁଦିଆର ଯୋରନ୍ଦା, କାଲୁରିଆ, ବଦୁରିଆ, ବରଦା ଓ ପିଙ୍ଗୁଆ ଗ୍ରାମରେ ସଦସ୍ୟତା ଅଭିଯାନ କରିବା ସହ ବହୁ ସ୍ଥାନରେବୃକ୍ଷରୋପଣ କରିଥିଲେ । ଶେଷରେ ଷଡଙ୍ଗୀ ଠାରେ କାର୍ଯ୍ୟକର୍ତାଙ୍କ ବୈଠକରେ ଯୋଗଦେଇ ସଦସ୍ୟତା ଅଭିଯାନକୁ ତ୍ୱରାନ୍ୱିତକରିବା ପାଇଁ ପରାମର୍ଶ ଦେଇଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଉପ-ସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା, ଜିଲ୍ଲା ସାଧାରଣସଂପାଦକ ରତିକାନ୍ତ ସାହୁ, ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର, କୋଦଣ୍ଡଧର ସାହୁ, ହର୍ଷବର୍ଦ୍ଧନ ସିଂହଦେଓ, ଯୁବମୋର୍ଚ୍ଚା ଜିଲ୍ଲାସଭାପତି ମହାଦୀପ ଯଶୋବନ୍ତ ମହିମା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମମତା ସ୍ୱାଇଁ, ମନ୍ତ୍ରୀଙ୍କ ପ୍ରତିନିଧି ଜ୍ଞାନ ରଞ୍ଜନନାୟକ, ସନ୍ତୋଷ ରାଉତ, ରୁଦ୍ର ନାରାୟଣ ତ୍ରିପାଠୀ, ଧୃବଚରଣ ସ୍ୱାଇଁ, ଧୃବଚରଣ ରାଉତ, ପଦ୍ମଭୂଷଣ ସାହୁ, ସୂର୍ଯ୍ୟ ପ୍ରତାପସାହୁ, ଲଳିତ ଦାସ, ପ୍ରଦୀପ ଦାସ, କ୍ଷେତ୍ରବାସୀ ସାହୁ, ପ୍ରତ୍ୟୁଷ ହରି ପ୍ରଧାନ, ଶତୃଘ୍ନ ରାଉତ, ନିର୍ମଳ ବିହାରୀଙ୍କ ସମେତ ବହୁଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।