ଜୁବୁଲିଟାଉନ ନଂ-୧ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ ଓ କର୍ମକର୍ତା ଚୟନ !

ଢେଙ୍କାନାଳ : ଢ଼େଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଯୁବୁଲି ଟାଉନ ନଂ-୧ ପୂଜା ପ୍ରତିଷ୍ଠାନ ପକ୍ଷରୁସ୍ଥାନୀୟ ନାଗେଶ୍ୱର ମନ୍ଦିର ଠାରେ ପ୍ରଥମ ସାଧାରଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହିସଭାରେ ସାହିର ବରିଷ୍ଠ ନାଗରିକ, ଯୁବକ, ତଥା ପୂଜା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଚଳିତବର୍ଷ ପୂଜାକୁ ସରସ ସୁନ୍ଦର କରିବା ପାଇଁ ସବୁ ଗୁରୁତ୍ୱପୂର୍ଣ୍ଣ ଦିଗରେ ଆଲୋଚନା ହୋଇଛି । ଏହା ସହିତକମିଟି ରେ କିଛି ପୁରାତନ ସଦସ୍ୟଙ୍କ ବଦଳ ରେ ନୂଆ ଯୁବ ସଦସ୍ୟଙ୍କୁ ଅଗ୍ରାଧିକାର ଦିଆ ଯାଇଛି । ସଭାପତି ଭାବରେ ଅମ୍ବିକା ପ୍ରସାଦ ପଟ୍ଟନାୟକ, ଉପସଭାପତି ଭାବେ ଦିଲିପ କୁମାର ମିଶ୍ର ଓ ଅଜିତ କୁମାର ମହାପାତ୍ର,ସାଧାରଣ ସମ୍ପାଦକ ବିନୋଦ କୁମାର ମହାନ୍ତି, ସହ-ସମ୍ପାଦକ ଭାବେ ରାଜେନ୍ଦ୍ର କୁମାର ବରାଳ ଓ ନୀଳମାଧବମହାପାତ୍ର ପ୍ରମୁଖ ଚୟନ ହୋଇଛନ୍ତି । ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବିରଂଚି ନାରାୟଣ ପ୍ରଧାନ,ପ୍ରଣବ କୁମାର କର, ବିକ୍ରମ କୁମାର ତୁଙ୍ଗ, ରାଜେଶ୍ ଖାଁ, ଲିପନ ମହାପାତ୍ର, ଲିକୁନା ଷଡ଼ଙ୍ଗୀ, ମନୋଜମହାପାତ୍ର, ଆଶିଷ ମହାପାତ୍ର, ସେହିପରି କମିଟି ର ପରାମର୍ଶଦାତା ରୂପେ ନିରାକାର ସାମନ୍ତରାୟ, ପ୍ରମୋଦକୁମାର ବେହେରା, ସୁରେଶ ପାଣିଗ୍ରାହୀ, ଜ୍ୟୋତି ପ୍ରସାଦ ବେଉରା, ପ୍ରକାଶ ନାୟକ, ଶରତ ଚନ୍ଦ୍ର ଜେନାଓ ଅଶୋକ ହୋତାଙ୍କୁ ଚୟନ କରାଯାଇଛି ବୋଲି ସାଧାରଣ ସଂପାଦକ ଶ୍ରୀ ମହାନ୍ତି ଗଣମାଧ୍ୟମରେ ସୂଚନାଦେଇଛନ୍ତି ।

Leave A Reply

Your email address will not be published.

19 − fourteen =