ଅଗଷ୍ଟ କ୍ରାନ୍ତିଦିବସ ଓ ବିଶ୍ୱ ଆଦିବାସୀ ଦିବସ ପାଳନ କଲା ଆପ୍ !

ଢ଼େଙ୍କାନାଳ : ଅଗଷ୍ଟ କ୍ରାନ୍ତିଦିବସ ପ୍ରତ୍ୟେକ ବର୍ଷ ଅଗଷ୍ଟ ୯ ତାରିଖରେ ପାଳନ କରାଯାଉଛି l ଏହି ଦିବସକୁ ବିଶ୍ୱ ଆଦିବାସୀ ଦିବସ ଭାବରେ ମଧ୍ୟ ପାଳନ କରାଯାଉଛି l ଏହି ଅବସରରେ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅବସର ପ୍ରାପ୍ତ ସେନା ଅଧିକାରୀ ନଗେନ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବସ ଷ୍ଟାଣ୍ଡ ପାଖରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଧୂପ ଦାନ କରିଥିଲେ l ପରେ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କଡ଼ାହାଡ଼ ବ୍ଲକର ଡ଼ଙ୍ଗାପାଳ ଜଗନ୍ନାଥ ମନ୍ଦିର ଠାରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ନେତା ଅଭୟ କୁମାର ସିଂ ଓ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଜିଲ୍ଲା ଉପସଭାପତି ଜିତେନ୍ଦ୍ର ବେହେରା, କାମାକ୍ଷାନଗର ଏନଏସି ସଭାପତି ସୁବୋଧ କୁମାର ବେହେରା ପ୍ରମୁଖ ଯୋଗଦେଇ ଆଦିବାସୀ ମାନଙ୍କର ପ୍ରକୃତିକୁ ଭଲ ପାଇବା, ସେମାନଙ୍କର ବେସଭୁଷା, ଖାଦ୍ୟ, ଭାଷା ଇତ୍ୟାଦି ଉପରେ ଆଲୋଚନା କରି ଆଦିବାସୀ ମାନଙ୍କ ଯୋଗୁଁ ଜଙ୍ଗଲ ଜମି ବଞ୍ଚିରହିଛି ବୋଲି କହିଥିଲେ l ଦଳର ସଦସ୍ୟ ନନ୍ଦ କିଶୋର ଦାସ, ସୁବାଷ ସାହୁ, ଶରତ ସାହୁ, ମହିଳା ପ୍ରମୁଖ ବବିତା କବି ଓ ଗୀତାଞ୍ଜଳି ପାତ୍ର, ଦେବାଶିଷ ନନ୍ଦ, ଅନିଲ ନାଥ, କାର୍ତ୍ତିକ ସାମଲ, ବିଷ୍ଣୁ ଦେହୁରୀ, ଶକ୍ତିରଞ୍ଜନ ମହାପାତ୍ର, ଅର୍ଧେନ୍ଦୁ ଶେଖର ବରାଳ ପ୍ରମୁଖ ଉପସ୍ଥିତ ରହି ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ବୀର ସୁପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଅଗଷ୍ଟ କ୍ରାନ୍ତି ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ l ତତ୍ପରେ ସ୍ଥାନୀୟ ଲୋକମାନେ ଦଳରେ ଯୋଗଦେଇ ବ୍ଲକର ବିଭିନ୍ନ ଜୋନ୍ ଏବଂ ପଞ୍ଚାୟତର ସଂଗଠନ ଦାୟୀତ୍ୱ ନେବାପାଇଁ ପ୍ରତିଶୃତି ଦେଇଥିଲେ l

Leave A Reply

Your email address will not be published.

6 + 8 =