ଭୁବନ ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଘାଟିତ !

ଢ଼େଙ୍କାନାଳ – ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ର ଶୀତ କାଳୀନ ଶିବିର ଉଦଘାଟିତ ହୋଇଯାଇଛି । ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏନ୍ ଏସ ଏସ ମାଧ୍ୟମରେ କିପରି ସ୍ବେଚ୍ଛାସେବୀ ମାନେ ନିଜ ଉପରେ ଭରସା ରଖି ସମାଜ ପାଇଁ କରିପାରିବେ ତାହା ଉପରେ ଗୁରୁତ୍ବ ଆରୋପ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅଧ୍ୟାପିକା ଡ ମମତା ପାତ୍ର ଯୋଗଦେଇ ଏନ୍ ଏସ ଏସ ମାଧ୍ୟମରେ ସ୍ଵେଚ୍ଛାସେବୀ ମାନେ ବିଭିନ୍ନ ସଚେତନା କାର୍ଯକ୍ରମ କରି ସମାଜର ବିକାଶ ପଥରେ ସହାୟକ ହେବାକୁ ଆହ୍ବାନ ଦେଇଥିଲେ । ଛାତ୍ରୀମାନେ ଶୃଙ୍ଖଳା ଭିତରେ ରହିଲେ ଦେଶ ମଧ୍ୟ ଏକ ଶୃଙ୍ଖଳିତ ଦିଗରେ ଗତି କରିବ ବୋଲି ଅଧ୍ୟାପିକା ପ୍ରମିଳା ଦାସ ମତବ୍ୟକ୍ତ କରିଥିଲେ । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ ସଭା ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ଶିବିରରେ ୫୦ ଜଣ ସ୍ଵେଚ୍ଛାସବୀ ଅଂଶ ଗ୍ରହଣ କରିଛନ୍ତି । ଏହା ଦୀର୍ଘ ସାତଦିନ ଧରି ଚାଲୁ ରହିବ । ସପ୍ତାହ ବ୍ୟାପୀ ଶିବିର ରେ କର୍ମଚାରୀ ଅମ୍ବୁଜ ସାହୁ, ଲକ୍ଷ୍ମଣ ସାହୁ, ନିର୍ମଳା ସାହୁ,ରଙ୍ଗଲତା ବେହେରା ସହଯୋଗ କରୁଛନ୍ତି ।

Leave A Reply

Your email address will not be published.

2 × 1 =