ଢ଼େଙ୍କାନାଳ: ଭୁବନ ଉଚ୍ଚ ବିଦ୍ୟାଳୟ ୧୯୯୧ ମସିହା ମାଟ୍ରିକ ଵ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ବୁଦ୍ଧେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ୧୯୯୧ ବ୍ୟାଚ୍ ର ସାଥୀ ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଗଠନ କୁ ବ୍ୟାପକ କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟ ସେବା ଯୋଜନା କରି ଜନସାଧାରଣଙ୍କ ଆସ୍ଥା ଭାଜନ ହେବାକୁ ଆହ୍ବାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ୧୯୯୧ ବ୍ୟାଚ ର ଅନ୍ୟତମ ସାଥୀ ତଥା ଗାଁଦିଆ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ମଳୟ କୁମାର ସିଂ ଯୋଗଦେଇ ସାଙ୍ଗସାଥୀ ମାନଙ୍କ ସୁବିଧା ଅସୁବିଧାରେ ସମସ୍ତ ସାଥୀ ମାନେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ସପରିବାର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ୧୯୯୧ ବ୍ୟlଚ ସଭାପତି ସନ୍ତୋଷ କୁମାର ସାହୁ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ସୁଶାନ୍ତ କୁମାର ପୋଥାଳ ଧନ୍ୟବାଦ ଅର୍ପଣ କରିଥିଲେ । ରତିକାନ୍ତ ସାହୁ ଙ୍କ ସଂଯୋଜନାରେ ବନ୍ଧୁମିଳନ ଓ କୁନି କୁନି ପିଲାଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ଉପ ସଭାପତି ମନୋଜ କୁମାର ପୋଥାଳ ,ସହ ସମ୍ପାଦକ ଶୁଭକାନ୍ତ ବର୍ଦ୍ଧନ ଏବଂ କାର୍ଯ୍ୟକାରିଣୀ ସଦସ୍ୟ କୃପାସିନ୍ଧୁ ବେହେରା,କ୍ଷୀରୋଦ କୁମାର ପୃଷ୍ଟି,ସମୀର କୁମାର ସାହୁ, ଦିଲ୍ଲୀପ ରାଉତ, ରବି ନାରାୟଣ ବେହେରା, ମନ ମୋହନ ସେନ, ହିତେନ୍ଦ୍ର ଗୁରୁ ,ଗୌତମ ପଟ୍ଟନାୟକ,ପବିତ୍ର ସାହୁ ,ଦୟାନିଧି ବେହେରା ,ପ୍ରଫୁଲ୍ଲ ସାହୁ ଙ୍କ ସମେତ ୩୦ ରୁ ଉର୍ଦ୍ଧ୍ବ ସାଥୀ ସପରିବାର ଯୋଗଦେଇ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ । ଏହି ଅବସରରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଶୀତ ବସ୍ତ୍ର (ଶାଲ) ବଣ୍ଟନ କରାଯାଇଥିଲା ଓ ବାବା ବୁଦ୍ଧେଶ୍ୱର ଙ୍କ ପୀଠରେ ମାର୍ବଲ ସ୍ଥାପନ କରାଯାଇଥିଲା ।