ଢେଙ୍କାନାଳ : ଢେଙ୍କାନାଳ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିନିୟରଜି ଇଞ୍ଜିନିୟର କଲେଜର ୨୫ ବର୍ଷ ପୂର୍ତିରେ ରୋପ୍ୟଜୟନ୍ତୀ ପାଳନ କରାଯାଉଛି, ଏହି ଅବସରରେ ଆଜି ଜାତୀୟ ରକ୍ତଦାତା ଦିବସ ଉପଲକ୍ଷେ ଏକ ସ୍ୱେଚ୍ଛାକୃତ ରକ୍ତଦାନଶିବିର ଆୟୋଜନ କରାଯାଇଥିଲା, ଏଥିରେ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ମାନେ ମିଲିତ ଭାବରେ୧୨୨ ୟୁନିଟ ରକ୍ତଦାନ କରିଛନ୍ତି । ଏଥିରେ ନିର୍ଦ୍ଦେଶକ ଡ଼ଃ ପ୍ରଶାନ୍ତ କୁମାର ନାୟକ, ପ୍ରଶାସନିକ ନିର୍ଦ୍ଦେଶକ ଡ଼ଃ.ଇତିଶ୍ରୀ ମହାନ୍ତି, ଜିଲ୍ଲା ରେଡ଼କ୍ରସର ଉପାଧ୍ୟକ୍ଷ ବିରଂଚି ନାରାୟଣ ପାଣି, ରକ୍ତଦାତା ସଂଘର ବରିଷ୍ଠ ସଦସ୍ୟ ରାଜକିଶୋରବେହେରା, ପୁରାତନ ଛାତ୍ର ମାଷ୍ଟର ସୌମ୍ୟବ୍ରତ ସାହୁ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।କାର୍ଯ୍ୟକ୍ରମକୁ କମ୍ପୁଟର ବିଭାଗର ମୁଖ୍ୟ ସ୍ମୃତି ରଞ୍ଜନ ଦାଶ, ପ୍ରଶାସନିକ ଅଧିକାରୀ ଚନ୍ଦ୍ରକାନ୍ତ ମିଶ୍ର ଓ ନିରାପତା ଅଧିକାରୀଅକ୍ଷୟ କୁମାର ଜେନା ପରିଚାଳନା କରିଥିଲେ । ରୌପ୍ୟ ଜୟନ୍ତୀ ପାଇଁ ସ୍ୱଚ୍ଛତା ହିଁ ସେବା ସପ୍ତାହ ମଧ୍ୟ ପାଳନହେଉଛି ଏହି ଉପଲକ୍ଷେ ଏନଏସ୍ଏସ୍ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କଲେଜ ପରିସର ଏବଂ ମହାତ୍ମାଗାନ୍ଧୀ ମାର୍ଗସ୍ଥିତପାର୍କରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।