ଢେଙ୍କାନାଳ : ଢେଙ୍କାନାଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଆମ ପ୍ରତିଭା ଆମ ସମ୍ମାନ” ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କଜୟନ୍ତୀ ପାଳନ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇବସ୍ଷ୍ଟାଣ୍ଡସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିବାବେଳେ ଦୁର୍ଗାବଜାର ପୂର୍ତବିଭାଗ ଡାକବଙ୍ଗଳା ସମ୍ମୁଖରେ ଥିବା ଲାଲ୍ବାହଦୂରଶାସ୍ତ୍ରୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଅହିଂସା କେବଳ ଏକ ଦର୍ଶନ ନୁହେଁ, କାର୍ଯ୍ୟ କରିବାର ଏକ ପଦ୍ଧତି ବୋଲି ଶ୍ରୀ ସାହୁ କହିଥିଲେ । ହୃଦୟ ପରିବର୍ତନ କରିବାର ଏହା ହେଉଛି ଏକ ସାଧନ ବୋଲି ପ୍ରକାଶ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀ ଓ ସଚ୍ଚା ଲୋକତନ୍ତ୍ର ବା ସ୍ୱରାଜକେବେବି ଅସତ୍ୟ ଓ ହିଂସକ ସାଧନାରୁ ଆସେ ନାହିଁ ବୋଲି ମହାନ ବାଣୀ ପ୍ରକାଶ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାନ୍ତିଦୂତ ଭାବେପରିଚିତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଉପରେ ଶ୍ରୀ ଉଦ୍ବୋଧନ ଦେଇଥିଲେ । ଆଜିର ପ୍ରଶାସନ କେବଳ ହିଂସ୍ରକ ହୋଇପଡିଛି, ପୂର୍ବ ସରକାରଅମଳରେ ପ୍ରଦାନ କରାଯାଇଥିବା ଅନୁଦାନକୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରାଯାଉନଥିବାବେଳେ କାର୍ଯ୍ୟ କରିଥିବା ତା\’ର ପ୍ରାପ୍ୟ ପ୍ରଦାନକରାଯାଉନଥିବାର ଅଭିଯୋଗ ଆସିଛି । ଉନ୍ନତିମୂଳକ କାର୍ଯ୍ୟ ଠପ୍ ହୋଇପଡିଛି । ଆଗାମୀ ଦିନରେ ତୁରନ୍ତ ପୂର୍ବ ଅନୁଦାନ ରାଶିକୁ କାର୍ଯ୍ୟକରିବା ସହ ଠପ୍ ହୋଇପଡିଥିବା ଉନ୍ନତିମୂଳକ କାର୍ଯ୍ୟଗୁଡିକୁ କରାନଗଲେ ଏହାର ଦୃଢ ପ୍ରତିବାଦ କରାଯିବ ବୋଲି ଶ୍ରୀ ସାହୁ କହିଥିଲେ ।ପ୍ରତ୍ୟୁଷରୁ ଆମ ପ୍ରତିଭା ଆମ ସମ୍ମାନ ସଦସ୍ୟମାନେ କାର୍ଯ୍ୟାଳୟ ଠାରୁ ଏକ ପଦଯାତ୍ରାରେ ବାହାରି ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହିକାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରତାପ କୁମାର ଦାସ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସଦାନନ୍ଦ ସେଠୀ, ଆଇନ୍ଜୀବୀ ନବ କିଶୋର ସାହୁ,କିଶାନ ବିଶ୍ୱାଳ, ଅନୁଷ୍ଠାନର କୋଷାଧ୍ୟକ୍ଷ ରୁଦ୍ରାନ୍ତ କୁମାର ଦଳେଇ, ମହେନ୍ଦ୍ର ସାହୁ, ଦୁଷ୍ମନ୍ତ ମହାନ୍ତି, ଶେଖର ସେଠୀ, ଅକ୍ଷୟ ସାହୁ, ନଜୁ ଖାଁ,ରଶ୍ମି ନାରାୟଣ ସାହୁ, ଆଲୋକ ରଥ, ବୁଲୁ ଜେନା, ଅକ୍ତର ମହମ୍ମଦ, ରାଜୁନ୍ ଖାଁ, ଅଜୟ ରାଉତ, ଅନିଲ୍ ରାଉତ, ପ୍ରକାଶ ସେଠୀ ଓଅମରେଶ୍ ଜେନା ପ୍ରମୁଖଙ୍କ ସହିତ ବହୁ କାର୍ଯ୍ୟକର୍ତା ସାମିଲ୍ ଥିଲେ ।