ଢେଙ୍କାନାଳ ସାଇ ସତସଙ୍ଗ ସେବା ଟ୍ରଷ୍ଟ ର ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ ଶୁକ୍ରବାର ଶିରିଡି ସାଇ ବାବା ଙ୍କର ବିଶାଳ ଶୋଭାଯାତ୍ରା ବାଜିଚୌକି ଠାରୁ ଆରମ୍ଭ ହୋଇ ଶ୍ରୀରାମ ମଣ୍ଡପ ପର୍ଯ୍ୟନ୍ତ ଆସିଥିଲା ଏଥିରେ ଶହ ଶହ ଭକ୍ତ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ଥିଲା ବାବା ଙ୍କର ବିମାନ ଯାତ୍ରା. ଦ୍ୱିତୀୟ ଦିନ ସାଇ ସତ୍ୟ ନାରାୟଣ ବ୍ରତ ପୂଜା ଅନୁଷ୍ଠିତ ହୋଇଥିଲା ଏଥିରେ ୧୦୮ ଯୋଡ଼ା ଦମ୍ପତି ଅଂଶଗ୍ରହଣ କରିଥିଲେ । ଶିରିଡି ର ମୁଖ୍ୟ ପୂଜାରୀ ଙ୍କ ଦ୍ୱାରା ଏହି ପୂଜା ସମ୍ପାଦିତ ହୋଇଥିଲା । ସେହିପରି ତୃତୀୟ ଦିନ ଏକ ଦିବସୀୟ ସାଇ ସତଚରିତ ପାରାୟଣ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଓଡିଶା ରେ ପ୍ରଥମ ଥର ପାଇଁ ଢେଙ୍କାନାଳ ସହର ରେ ଓଡ଼ିଆ ସହିତ ହିନ୍ଦୀ ପୁସ୍ତକ ର ପାରାୟଣ ହୋଇଥିଲା । ଏହି ପାରାୟଣ ରେ ଶିରିଡି ର ୧୦ଜଣ ଭକ୍ତ ମାନଙ୍କ ସହିତ ଓଡିଶା ର ଢେଙ୍କାନାଳ ଅନୁଗୁଳ ସମ୍ବଲପୁର କଟକ ବାଲେଶ୍ୱର ଭଦ୍ରକ ଭୁବନେଶ୍ୱର ପୁରୀ କେନ୍ଦ୍ରାପଡା ଗଞ୍ଜାମ ରାଉରକେଲା ରୁ ଭକ୍ତମାନେ ପଂହଁଚି ପାରାୟଣ କରିଥିଲେ.ପ୍ରାରମ୍ଭ ରେ ବିଶ୍ୱର କଲ୍ୟାଣ ନିମନ୍ତେ ଅଖଣ୍ଡଦୀପ ପ୍ରଜଳନ କରାଯାଇଥିଲା । ଆରତୀ କରାଯାଇ ପାରାୟଣ ଆରମ୍ଭ ହୋଇଥିଲା ମୁଖ୍ୟ ପାଠକ ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ଓ ମୁଖ୍ୟ ପାଠିକା ଭୁବନେଶ୍ୱର ର ପୁଷ୍ପା ରାଉତ ପଠନ କରିଥିଲେ । ସନ୍ଧ୍ୟା ରେ ସାଇ ଗବେଷକ ଜୟନ୍ତୀ ରଥ ଓ ବିଷ୍ଣୁପ୍ରିୟା ହୋତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଭିର୍ଣ୍ଣ କ୍ଷେତ୍ର ରେ ନିସ୍ଵାର୍ଥ ସେବା ଯୋଗାଇଥିବା ବ୍ୟକ୍ତିତ୍ୱ ଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଶେଷରେ ଶିରିଡି ରୁ ଆସିଥିବା କଣ୍ଠଶିଳ୍ପୀ ଙ୍କ ଦ୍ୱାରା ଭଜନ ପରିବେଶଣ ହୋଇଥିଲା ଶେଷରେ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ ।