ଆସେଟ କମ୍ପୁଟର ତରଫରୁ ସ୍ୱଚ୍ଛତା ହିଁ ସେବା ଶୋଭାଯାତ୍ରା !

ଢେଙ୍କାନାଳ : ଢେଙ୍କାନାଳ ଆସେଟ କମ୍ପୁଟର ର ଛାତ୍ରଛାତ୍ରୀ ମାନେ ସାରା ଭାରତରେ ସେପ୍ଟମ୍ବର ୧୭ ତାରିଖରୁଅକଟୋବର ୨ ପର୍ଯ୍ୟନ୍ତ ପାଳନ ହେଉଥିବା ସ୍ୱଚ୍ଛତା ହିଁ ସେବା ୨୦୨୪ର ଅଂଶ ଗ୍ରହଣ କରି ଏକ ବିରାଟ ଶୋଭାଯାତ୍ରାରେଆସେଟ କ୍ୟାମ୍ପସ ଠାରୁ ବାହାରି ଗଣେଶ ବଜ଼ାରର ଫଳ ବଜ଼ାର ଓ ପରିବା ବଜ଼ାର ସଫା ସୁତାର କରି ସ୍ୱେଚ୍ଛତା ଉପରେଲୋକମାନଙ୍କୁ ଓ ବ୍ୟବସାୟୀ ମାନଙ୍କୁ ସଚେତନ କରାଇଥିଲେ । ଏହି ଶୋଭାଯାତ୍ରାରେ ସାଇକୃପା ମହାବିଦ୍ୟାଳୟରଅଧକ୍ଷ ଶରତ କୁମାର ସାହାଣୀ ମୁଖ୍ୟ ଅତିଥି ଯୋଗଦେଇଥିବାବେଳେ ବୁକସ ମହାବିଦ୍ୟଳର ଚେୟାରମ୍ୟାନ ଶ୍ରୀବସ୍ତନାୟକ ନାୟକ ଅତିଥି ଭାବେ ଆସେଟ ଅନୁଷ୍ଠାନର ଅଧକ୍ଷ ପ୍ରଭାତ ଦେହୁରୀ ପ୍ରମୁଖ ଜଗନ୍ନାଥଙ୍କ ନିକଟରେ ପ୍ରଦୀପପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଢେଙ୍କାନାଳ ପୌରପାଳିକାର ସାନିଟାଇଜେସନ୍ ଇନଚାର୍ଜ ବିଭୁତିଭୂଷଣ ସ୍ୱାଇଁ ଓ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସହଯୋଗକରିଥିଲେ । ଏହି ଶୋଭାଯାତ୍ରାକୁ ସାରା ଓଡିଶା କମ୍ପୁଟର ଶିକ୍ଷାନୁଷ୍ଠାନ ସଂଘ ସଭାପତି ତଥା ସ୍ତମ୍ଭକାର ସୟଦ ସଫର ଏହିଶୋଭାଯାତ୍ରାକୁ ସାରା ଓଡିଶା କମ୍ପୁଟର ଶିକ୍ଷାନୁଷ୍ଠାନ ସଂଘ ସଭାପତି ତଥା ସ୍ତମ୍ଭକାର ସୟଦ ସଫର ଅଲି ଓ ସେକ୍ରେଟାରୀଅବିନାଶ ଦାସ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଅନ୍ୟତମ ଅତିଥି ସୁକାନ୍ତ ପାଣି , ସୌମ୍ୟବ୍ରତ ସାହୁ , ବିଜ୍ଞାନ ମହାନ୍ତି ଓଲକ୍ଷ୍ମୀଧର ରାଉତ ଆଦି ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ଅନେକ ଶିକ୍ଷକ ଓଶିକ୍ଷୟତ୍ରୀ ସୁଶ୍ରୀ ସହୂ, ଭେନମ ରପଲ୍ଲୀକ ,ବିକ୍ରମ ଆସୁ , ମାୟାଧର ସହୂ ,ଗ୍ଦଙ୍ଗବକ୍ଟ୍ରଦ୍ଭବ ଜ୍ଞଙ୍କୟଙ୍କକ୍ଷସ , ଆଦି ସଭ୍‌ଯତ୍ରରେ ରହି କାର୍ଯ୍ୟକ୍ରମ କୁ ସଂଯୋଗ କରୁଥିଲେ ସ ଅନୁଷ୍ଟାନ ର ର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ପ୍ରଭାତ ଦେହୁରୀ ଓସମାଜ ସେବି ନୃପ କେଶରୀ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୁଷ୍ଠାନ ର ଛାତ୍ର ଶୁଭେନ୍ଦୁ, ଲୋପା,ସମୀକ୍ଷା , ଦେବସ୍ମିତା ଆଦି ଅନେକ ପିଲା ସହଯୋଗ କାରୁଥିଲେ । ଶେଷରେ ଅନୁଷ୍ଠାନର ପରିଚାଳିକା ଧନ୍ୟବାଦଅର୍ପଣ କରି କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ।

Leave A Reply

Your email address will not be published.

13 − 8 =