ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଙ୍କଡ଼ାହାଡ଼ ଶିକ୍ଷାର୍ଥୀ ପ୍ରବେଶ ଉତ୍ସବ ସମାରୋହ ଅନୁଷ୍ଠିତ !

ଢେଙ୍କାନାଳ : ମଙ୍ଗଳପୁର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଙ୍କଡ଼ାହାଡ଼ ଠାରେ, ଏକ ସ୍ଵତନ୍ତ୍ର ପ୍ରବେଶ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବରେ କଙ୍କଡ଼ାହାଡ଼ ଗ୍ରାମର ଗ୍ରାମ ସଭାପତି ଦେବରାଜ ବେହେରା ଓ ସଦସ୍ୟବୃନ୍ଦ , ବିଦ୍ୟାଳୟପରିଚାଳନା କମିଟି ସଭାପତି ପଙ୍କଜ ଲୋଚନ ମହାରଣା ଓ ଅନ୍ୟ ସଦସ୍ୟବୃନ୍ଦ ,ଗ୍ରାମର ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ଙ୍କ ଉପସ୍ଥିତି ତଥା ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ସାର୍ ମହୋଦୟ ମୁଖ୍ୟ ଅତିଥି ଭାବରେ, କୁମାର ସାହେବ ହର୍ଷ ବର୍ଦ୍ଧନ ସିଂହଦେଓ (ସପତ୍ନିକ),ପୂର୍ବତନ ସରପଞ୍ଚ ବିଜୟ କୁମାର ସାହୁ, ସ୍ଵେଚ୍ଛାସେବୀ ଦିଲ୍ଲୀପ କୁମାର ଶତପଥୀ, ଗଣେଶ୍ଵର ସାହୁ, କୁନାଳ ବେହେରା, ପବିତ୍ର ମହାରଣା, ଦୁଃଶାସନ ନାଏକ, ପୂର୍ବତନ ଶିକ୍ଷକ ଅଶ୍ୱିନ କୁମାର ମହାପାତ୍ର ଆଦି ପ୍ରମୁଖ ସମ୍ମାନନୀୟ ଅତିଥି ମାନେ ଯୋଗଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ଜେନା ବିବରଣୀ ପାଠ କରିଥିଲେ। ସଭାର ସମସ୍ତ ପରିଚାଳନା କାର୍ଯ୍ୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ମଙ୍ଗଳ ପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଇଚ୍ଛାବତୀ ରାଉତ ତୁଲାଇ ଥିଲେ। ଉକ୍ତ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ଵାଗତ ଗୀତିକା ଗାନ କରି ଥିଲେ। ଏହି ସୁ ଅବସରରେ ସମସ୍ତ ନୂତନ ଭାବେ ନାମ ଲେଖାଇ ଥିବା ଷଷ୍ଠ, ସସପ୍ତମ ଶ୍ରେଣୀ ର ପ୍ରାୟ ୫୦ ଜଣ ଶିକ୍ଷାର୍ଥୀ ଙ୍କୁ ଫୁଲ ଚନ୍ଦନ ଦେଇ ଗ୍ରାମ ଦେବତା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବା ଙ୍କୁ ଆବହନ ପୂର୍ବକ ଫିତା କାଟି ଶୁଭ ନାରିକେଳ ଭାଙ୍ଗି ଶ୍ରେଣି କକ୍ଷରେ ସଦର ବିଇଓ ଏବଂ ଉପସ୍ଥିତ ସମସ୍ତ ଅତିଥି ମାନଙ୍କ ଗହଣରେ ପ୍ରବେଶ କରାଇ ଥିଲେ। ପିଲାମାନେ କେକ୍ କାଟିଥିଲେ, ସାଂସ୍କୃତିକ କାର୍ଯ୍ୟକ୍ରମ ବି ପରିବେଷଣ କରିଥିଲେ। ଖୁବ୍ ଧୁମ୍ ଧାମ୍ ରେ ଉତ୍ସବ ଟିକୁ ପାଳନ କରି ଶେଷରେ ଗ୍ରାମବାସୀଙ୍କ ତରଫରୁ ଅତିଥିଙ୍କୁ ଭୋଜନ ଦ୍ଵାରା ସମସ୍ତ ଙ୍କୁ ଆପ୍ୟାୟିତ କରାଯାଇ ଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବିଷ୍ନୁ ପ୍ରିୟା ପ୍ରଧାନ ଏବଂ ଶିକ୍ଷୟିତ୍ରୀ ଶିଖା ସାହୁ ସହୋଯାଗ ପ୍ରଦାନ କରିଥିଲେ। ସର୍ବ ଶେଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଜେନା ସମସ୍ତଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five × four =