ନିରାଶ୍ରୟ ଅନ୍ତସତ୍ତ୍ବା ଅସହାୟ ଗରିବ ମହିଳା ଜନ ମଙ୍ଗଳ ରାସୋଳ ସଂଗଠନ ଦ୍ଵାରା ଉଦ୍ଧାର !

ଢ଼େଙ୍କାନାଳ: ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ ମଙ୍ଗଳ ରାସୋଳ ର ଆଜୀବନ ସେବିକା ସସ୍ମିତା ମିଶ୍ରଙ୍କ ସୂଚନା କ୍ରମେ ଜନୈକା ଅସହାୟ ବିଧବା ମହିଳା ନାମ ଲକ୍ଷ୍ମୀ ଦେହୁରୀ (୨୮)ବର୍ଷ,ସ୍ବାମୀ ମୃତ ଗଣିଆ ଦେହୁରୀ, ଗ୍ରାମ ଆସନ ବଣିଆ, ପଞ୍ଚାୟତ ଦଣ୍ଡରି,ବ୍ଲକ ହିନ୍ଦୋଳ, ଜିଲ୍ଲା ଢେଙ୍କାନାଳ ଙ୍କର ସ୍ଵାମୀ ପ୍ରାୟ ଛଅ ମାସ ତଳେ ମୃତ୍ୟୁ ବରଣ କରିବା ପରେ ଶାଶୁ ଘରେ ନିର୍ଯାତନା ସହି ନପାରି ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରି ଚଳି ଆସୁଥିବାବେଳେ କାହା ବାରଣ୍ଡା ରେ ଅବା ଯେ କୌଣସି ମନ୍ଦିର ପରିସର ରେ ରାତ୍ରି ଯାପନ କରନ୍ତି।ନିଜ ରକ୍ଷଣ ଅସମ୍ଭାଳ ହେଉ ଥିବା ବେଳେ ପାଖରେ ତିନି ବର୍ଷର ପୁଅ ସାଙ୍ଗ କୁ ସାତ ମାସ ର ଅନ୍ତସତ୍ତ୍ବା ସତେ ଯେମିତି ବେଡି ଉପରେ କୋରଡ଼ା ମାଡ଼ ଭଳି। ଥଇଥାନ ର ଆବଶ୍ୟକତା ଅନୁଭଵ କରି ଜନ ମଙ୍ଗଳ ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ଅସହାୟ ମହିଳା ଏବଂ ଶିଶୁ ପାଇଁ ରନ୍ଧା ଖାଦ୍ୟ ର ବ୍ୟବସ୍ଥା କରିଵା ପରେ ଏହି ସମ୍ପର୍କିତ ସୂଚନା ରାସୋଳ ପୋଲିସ ଷ୍ଟେସନ ର ଭାର ପ୍ରାପ୍ତ ଅଧିକାରୀ ଵିଧୂ ଭୂଷଣ ମିଶ୍ର ଙ୍କୁ ଜଣାଇଥିଲେ।ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟ ପରିସର ରେ ଥିବା ରାଜ୍ୟ ସହାୟତା କେନ୍ଦ୍ର ପରିଚାଳିତ ସଖୀ ଓ୍ବାନ ଷ୍ଟପ ସେଣ୍ଟର କୁ ଯୋଗା ଯୋଗ କରାଯାଇ ଶ୍ରୀଯୁକ୍ତ ମିଶ୍ର ଙ୍କ ପରାମର୍ଶ କ୍ରମେ ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂଗଠନ ର ସଭାନେତ୍ରୀ ନିରୁପମା ମିଶ୍ର, ସସ୍ମିତା ମିଶ୍ର ଓ ରାସୋଳ ପୋଲିସ ଷ୍ଟେସନ ତରଫରୁ କନଷ୍ଟେବଳ ବିଭୁତି ଭୂଷଣ ମଲ୍ଲ ଙ୍କର ସହାୟତାରେ ଅସହାୟ ମହିଳା କୁ ମନ୍ଦିର ପରିସର ରୁ ଉଦ୍ଧାର କରି ଢେଙ୍କାନାଳ ସ୍ଥିତ ସଖୀ ଓ୍ବାନ ଷ୍ଟପ ସେଣ୍ଟର କୁ ସ୍ଥାନାନ୍ତର କରାଯାଇ ଥିଲା।ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ ତରଫ ରୁ ରାସୋଳ ପୋଲିସ ତଥା ସଖୀ ସେଣ୍ଟର ର ସମସ୍ତ କର୍ମଚାରୀ ମାନଙ୍କର ଆନ୍ତରିକ ସହଯୋଗ ପାଇଁ ଅଶେଷ ଧନ୍ୟବାଦ।ପ୍ରକାଶ ଥାଉ କି ସଂଗଠନ ତରଫରୁ ଆଞ୍ଚଳିକ ସ୍ତର ରେ ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ଅନେକ ଜନ ମଙ୍ଗଳ କାରୀ ସେବା ପ୍ରଦାନ କରା ଯାଉଥିବା ବେଳେ ଅସହାୟ ଗରିବ ଙ୍କ ସହାୟତା ପାଇଁ ତତ୍ପରତା ଦେଖାଉଥିବାରୁ ଜନ ମାନସ ରେ ଆଦୂତ ହେବା ସଙ୍ଗେ ଅନେକ ବୁଦ୍ଧିଜୀବି ତଥା ସମାଜ ସେବୀ ଏତାଦୃଶ ସେବା କାର୍ଯ୍ୟ ପାଇଁ ସାଧୁବାଦ ପ୍ରଦାନ କରିବା ସହିତ ସଂଗଠନ ର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି।

Leave A Reply

Your email address will not be published.

six + eleven =