ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍‌ଘାଟନ କରିଛନ୍ତି ଜିଲ୍ଲା ସ୍ତରୀୟ ବିକାଶ ମେଳା !

ଢେଙ୍କାନାଳ: ଢେଙ୍କାନାଳ ମହିଷାପାଟ ଠାରେ ଆୟୋଜିତ ବିକାଶ ମେଳକୁ ଆଜି ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍‌ଘାଟନ କରିଛନ୍ତି। ନୂଆ ସରକାର ଶ୍ରୀମନ୍ଦିର ୪ ଦ୍ଵାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିଛନ୍ତି । ଶ୍ରୀମନ୍ଦିର ପାଇଁ ୫ଶହ କୋଟିର କର୍ପୋସ ଫଣ୍ଡର ବ୍ୟବସ୍ଥା କରିଛନ୍ତି । ସୁଭଦ୍ରା ଯୋଜନା ଆରମ୍ଭ କରି ମହିଳାଙ୍କୁ ସୁବଲମ୍ବନର ରାସ୍ତା ଦେଖାଇଛନ୍ତି । ଚାଷୀର ଉନ୍ନତି ପାଇଁ ଧାନର ମୂଲ୍ୟକୁ ୩୧ଶହ ଟଙ୍କା କରାଯାଇଛି। ଧାନ ବିକ୍ରିର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଟଙ୍କା ମିଳିବ । ଆଳୁ ମିଶନକୁ ଗତିଶାଳ କରି ପ୍ରତି ଉପଖଣ୍ଡରେ ଶୀତଳ ଭଣ୍ଡାର ଖୋଲାଯିବ । ପିଏମ କିଷାନ ସହ ଏବେ ସିଏମ କିଷାନରେ ଚାଷିଙ୍କୁ ସହାୟତା ଦିଆଯାଉଛି। ସେହିଭଳି ଆୟୁଷ୍ମାନ ଭାରତ ଓଡିଶାରେ ଲାଗି କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।ସମ୍ମାନୀତ ଅତିଥି ଭାବେ ପରଜଙ୍କ ବିଧାୟକ ବିଭୂତି ଭୂଷଣ ପ୍ରଧାନ, କମାକ୍ଷାନଗର ବିଧାୟକ ଶତ୍ରୁଘ୍ନ କେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଯୋଗଦେଇ ସରକାରଙ୍କ ୧୦୦ ଦିନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିନିଧି ଭାବେ ରାମଚନ୍ଦ୍ର ପାତ୍ର, ସାଂସଦଙ୍କ ପ୍ରତିନିଧିଭାବେ ନରେଶ ଚନ୍ଦ୍ର ମହାପାତ୍ର, ଢେଙ୍କାନାଳ ପୌରପାଳିକାର ପୌରାଧ୍ୟକ୍ଷ ଜୟନ୍ତୀ ପାତ୍ର ଯୋଗଦେଇଥିଲେ । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସଭାପତିତ୍ବ କରିବା ସହ ପ୍ରାରମ୍ଭିକ ସୂଚନା ଦେଇ ନୂଆ ସରକାର ସମୟରେ ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୁଭଦ୍ରା, ପିଏମ -ଜନମନ ଯୋଜନାର ହିତାଧିକାରୀଙ୍କୁ ଅତିଥିମାନେ ଅର୍ଥରାଶି ଓ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ୧୦୦ ଦିନର ବିକାଶ ଯାତ୍ରାର ସୂଚନା ପତ୍ରିକା ଉନ୍ମୋଚନ ହୋଇଥିଲା । ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଧନ୍ୟବାଦ ଦେଇଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯା ଥିଲା ।ଏହିପ୍ରରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ବିକାଶ ମେଳରେ 30 ଟି ଷ୍ଟଲ କରାଯାଇଛି l ଯଉଁଥିରେ ବିଭିନ୍ନ ବିଭାଗର ବିକାଶ ଓ ସଫଳତା ସମ୍ପର୍କରେ ପ୍ରଦର୍ଶନୀ ହେଉଥିଲା l ଏହା ସହିତ ମହିଳା ଗୋଷ୍ଠୀ ର ସଦସ୍ୟ ମାନେ ବିଭିନ୍ନ ଦ୍ରବ୍ୟ ମଧ୍ୟ ବିକ୍ରି କରୁଥିଲେ l

Leave A Reply

Your email address will not be published.

12 − ten =