ଢେଙ୍କାନାଳ : ଅପରାହ୍ନ ୩ ଘଟିକା ସମୟରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପହଁଚିବା ମାତ୍ରେ ଦଳ ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଜେପି ସରକାରର ୧୦୦ଦିନ ପୂର୍ତି ଅବସରରେ ମନ୍ତ୍ରୀ ଶ୍ରୀ ସିଂହଦେଓଦଳୀୟ କାର୍ଯ୍ୟକର୍ତାଙ୍କ ସହ ଆଲୋଚନ ମାଧ୍ୟମରେ ପ୍ରକାଶ କରିଥିଲେ କି, ନିର୍ବାଚନ ପୂର୍ବରୁ ଦଳ ତରଫରୁ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତି ମଧ୍ୟରୁ ମୋହନ ସରକାର ଶ୍ରୀମନ୍ଦିରର ଚାରିଦ୍ୱାରା ଖୋଲିବା, ରତ୍ନଭଣ୍ଡାର ଖୋଲିବା ସହ ଗଣତିମଣତି, ସୁଭଦ୍ରା ଯୋଜନାରେମହିଳାଙ୍କୁ ୫ବର୍ଷରେ ୫୦ ହଜାର ଟଙ୍କା ପ୍ରଥମ କିସ୍ତି ୫ହଜାର ଟଙ୍କା ପ୍ରଦାନ, ଧାନର ଏମ୍ଏସ୍ପି ଦର ୩୧୦୦ ଟଙ୍କାକୁ ବୃଦ୍ଧି, ୫୮ଟି ଉପଖଣ୍ଡରେଶୀତଳ ଭଣ୍ଡାର ନିର୍ମାଣ କରାଯିବାକୁ ନିଷ୍ପତି ନିଆଯାଇଥିବାର ପ୍ରକାଶ କରିଥିଲେ । ଜିଲ୍ଲାରେ ଦଳୀୟ ସଦସ୍ୟତା ଅଭିଯାନ ଉପରେ ଆଲୋଚନାକରିବା ସହ ପ୍ରତ୍ୟେକ ନେତୃବୃନ୍ଦ ଓ ବରିଷ୍ଠ କାର୍ଯ୍ୟକର୍ତା ୧୦୦ଜଣ ଲେଖାଏଁ ସଦସ୍ୟ କରିବା ସହ ଜିଲ୍ଲାରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ସଦସ୍ୟତା କରିବାପାଇଁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟୁତ୍ ବିଭାଗ କାର୍ଯ୍ୟ ସଂପର୍କରେ ଆଲୋଚନା କରିବା ସହ ବିଦ୍ୟୁତ୍ ବିଭାଗ କର୍ମଚାରୀ ଯଦିକୌଣସି କ୍ଷେତ୍ରରେ ଉପଭୋକ୍ତାଙ୍କ ଘରେ ଅନଧିକାର ପ୍ରବେଶ କରି ଜୋରିମାନା କାଟନ୍ତି ତେବେ ତାଙ୍କୁ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରି କର୍ମୀମାନଙ୍କ ମନ ଜିଣିନେଇଥିଲେ । ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରସଭାପତିତ୍ୱ କରିଥିବାସ୍ଥଳେ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ, କାମାକ୍ଷାନଗର ବିଧାୟକ ଶତୃଘନ ଜେନା, ହିନ୍ଦୋଳ ବିଧାୟିକା ସୀମାରାଣୀନାୟକ, ନଗରପାଳିକା ଜୟନ୍ତୀ ପାତ୍ର, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାସ ପ୍ରମୁଖଅତିଥି ଭାବେ ମଂଚାସୀନ ଥିଲେ । ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା ଅତିଥିଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବାସ୍ଥଳେ ଜିଲ୍ଲା ଉପସଭାପତିମାତୃପ୍ରସାଦ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର, ଲୋକସଭା ସଂଯୋଜକ ପ୍ରେମାନନ୍ଦଜେନା, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା, ପବିତ୍ର ବିଶ୍ୱାଳ, ଶିବପ୍ରସାଦ ସାହୁ, ଭାରତୀ ସ୍ୱାଇଁ,ଜିଲ୍ଲା ସାଧାରଣ ସଂପାଦକ ରତିକାନ୍ତ ସାହୁ, ରାସବିହାରୀ ବେହେରା, ପୂର୍ବତନ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି,ବରିଷ୍ଠ ନେତା ହର୍ଷବର୍ଦ୍ଧନ ସିଂହଦେଓ, ଡା. ଶାନ୍ତିଭୂଷଣ ପଣ୍ଡା, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପ୍ରଧାନ, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀମମତା ସ୍ୱାଇଁ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଯୋଗାଣ ବିଭାଗ ପ୍ରତିନିଧି ନିରୋଦ କୁମାର ସାହୁ ଏବଂ ପୌରାଂଚଳ ପ୍ରତିନିଧି ସନ୍ତୋଷ ରାଉତ, ସାଂସଦଙ୍କ ପୌରାଂଚଲପ୍ରତିନିଧି ରୁଦ୍ରନାରାୟଣ ତ୍ରିପାଠୀ, ନଗରମଣ୍ଡଳ ସଭାପତି ଧୃବ ଚରଣ ସ୍ୱାଇଁ ଓ ସତ୍ୟରଞ୍ଜନ ଭୂୟାଁ, ପ୍ରତ୍ୟୁଷ ହରି ପ୍ରଧାନ, ଶତୃଘନ ରାଉତଙ୍କପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।