ଢେଙ୍କାନାଳ ଜିଲ୍ଲା ହିନ୍ଦୋଳଉପଖଣ୍ଡରେ ହେବାକୁଥିବା ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ତହସିଲ କାର୍ଯ୍ୟାଳୟ ବୈଠକ ଗୃହରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଉପଜିଲ୍ଲାପାଳ ତଥା ଉପଖଣ୍ଡ ସୂଚନାପ୍ରସାରଣ ଅଧିକାରୀ ସୂର୍ଯ୍ୟଶଙ୍କର ଦାସ ସ୍ୱାଗତ ଜଣାଇ ପୂର୍ବ ବିବରଣୀ ପାଠ କରିଥିବାବେଳେ ତହସିଲଦାର ଦିଲ୍ଲୀପ ସେଠୀ, ବିଡ଼ିଓ ବିନିତା ବିଜୟିନୀ, ଏନ୍ଏସି ନିର୍ବାହୀଅଧିକାରୀ ନିରଞ୍ଜନ ଗୁରୁ, ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀ ନାଏକ, ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରା, ବାଲିମି ଥାନାଧିକାରୀ, ରସୋଳ ଥାନା ଅଧିକାରିଣୀ ସ୍ବର୍ଣ୍ଣଲତା ସାହୁ, ବନଖଣ୍ଡ ଅଧିକାରୀ ପ୍ରସନ୍ନ ସାହୁ, ଏନ୍ଏସି ଅଧ୍ୟକ୍ଷ କେଶବ ପ୍ରଧାନ, ଅତିରିକ୍ତ ତହସିଲଦାର, ସମସ୍ତ ଜୋନ୍ ଅଗ୍ନିଶମବିଭାଗ ଅଧିକାରୀ, ବିଦ୍ୟୁତ୍ ବିଭାଗ, ସମସ୍ତ ପୂଜା କମିଟି ସଭାପତି ଓ ସମ୍ପାଦକ,ପ୍ରଦ୍ୟୁମ୍ନ ବେହେରା ସମ୍ପାଦକ ହିନ୍ଦୋଳ ସାମ୍ବାଦିକ ସଂଘ, ଅବକାରୀ ଓ ଗଣମାଧ୍ୟମ ପ୍ରତିନିଧି ଆଦି ସମସ୍ତେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।ବୈଠକରେ କିଭଳି ଶାନ୍ତିଶୃଙ୍ଖଳାର ସହିତ ପୂଜା ଅନୁଷ୍ଠିତ ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସହରରେ ଆଇନଶୃଙ୍ଖଳା ପାଇଁ ପୁଲିସ୍ ବିଭାଗ, ଅଗ୍ନିଦୁର୍ବିପାକ ପାଇଁ ଅଗ୍ନିଶମ,ମାଦକଦ୍ରବ୍ୟ ପାଇଁ ଅବକାରୀ ବିଭାଗ,ଗାଈଗୋରୁ ସମସ୍ୟା ଓ ଜନସ୍ୱାସ୍ଥ୍ୟ ପାଇଁ ଏନ୍ଏସି ବିଦ୍ୟୁତ୍ ବିଭାଗ ମାନଙ୍କୁ ଅନୁରୋଧ କରାଯାଇଥିଲା । ସୁଚାରୁରୂପେ ସର୍ବସମ୍ମତିକ୍ରମେ ଶାନ୍ତିକମିଟି ଗଠନ, କୌଣସି ଡିଜେ ନ ବାଜିବା, ଶାନ୍ତିଶୃଙ୍ଖଳାର ସହିତ ୯ଦିନ ବ୍ୟାପି ପୂଜାପାଳନ,ରାତି ୧୦ଟା ଭିତରେ ମୂର୍ତ୍ତି ବିସର୍ଜନ ଓ ସମସ୍ତ ସରକାରୀ ନିର୍ଦ୍ଦେଶାବଳି ଅନୁପାଳନ ସହ ଲଷ୍ମୀପୂଜା ଅନୁଷ୍ଠିତ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ଏନ୍ଏସି ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିବା ସହ ସଭାସାଙ୍ଗ ହୋଇଥିଲା।ଦୀପକ କୁମାର ନାଏକ, ହିନ୍ଦୋଳ