ଢ଼େଙ୍କାନାଳ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ
ଢେଙ୍କାନାଳ ଶାଖା ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ସମ୍ବିତ ଦାଶ, ଅଧକ୍ଷତା ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ରାଜ୍ୟ ନେତୃତ୍ୱ ସଚିନ୍ଦ୍ର ଦାଶ, ଯୁଗଣ୍ମୟୀ ଦାଶ ସମେତ ୩୦୦ କର୍ମଚାରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଯେବେ ଉପ ସଚେତକ ଥିଲେ ଆମ ଦାବି ବିଧାନସଭା ରେ ଉଠାଇଥିଲେ । ଦୁଃଖ ର ବିଷୟ ମୁଖ୍ୟମନ୍ତ୍ରୀ ଆଜି ସେହି ଲୋକ କିନ୍ତୁ ଆମ ଦାବି ଯାହା ୧୦ ବର୍ଷ ଉପରେ କାମ କରି ରେଗୁଲାର ହେଇ ପାରୁ ନାହାଁନ୍ତି । ଯେଉଁ ମାନେ ଦୀର୍ଘ ଦିନ କାମ କଲା ପରେ ବି ତାଙ୍କୁ ଛଟେଇ କରା ଯାଉଛି କେତେ ଯେ ଅନ୍ୟାୟ । ସର୍ବୋଚ୍ଚ ନିଆଳୟ ଓ ଉଚ୍ଚ ନାଆଳୟ ବାରମ୍ବାର କହିଲା ପରେ ବି ନାଁ ପୂର୍ବ ସରକାର ନାଁ ବର୍ତମାନ ସରକାର କେହି ଶୁଣୁ ନାହାଁନ୍ତି । ୬ ତାରିଖ ରେ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା କେନ୍ଦୁଝର ରେ ସାରା ଓଡିଶା ପିଲା ଷ୍ଟ୍ରାଇକ ପାଇଁ ଯିବେ ଓ ସେଠୁ ସ୍ଥିର ହେବ ଭୁବନେଶ୍ୱର ରେ ଆମରଣ ଅନଶନ ହେବ ।