ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ମୋଟରୀ ଉ.ପ୍ରା. ବିଦ୍ୟାଳୟ ଠାରେ କାକୁଡିଭାଗ କ୍ଲଷ୍ଟରର ଶିଶୁ ମହୋତ୍ସବ “ସୁରଭି’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ, କୁଇଜ୍, ଚିତ୍ରାଙ୍କନ, ସୃଜନଶୀଳଲିଖନ, ବକ୍ତୃତା, ସଙ୍ଗୀତ, ହସ୍ତାକ୍ଷର ଓ ଶୃତଲିଖନ, ଅଙ୍କଦୌଡ, ପିଏମ୍ ପୋଷଣ ସଂପର୍କିତ ଚିତ୍ରକଳା ଓ ଶିଳ୍ପକଳା ଏବଂ ଦଳଗତସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିତର୍କରେ ସତ୍ୟଜିତ୍ ପଣ୍ଡା, ପ୍ରବନ୍ଧରେ ଅର୍ଚ୍ଚନା ସାମଲ, ଚିତ୍ରାଙ୍କନବରିଷ୍ଠ ବିଭାଗରେ ଅର୍ଚ୍ଚିତା ଅପରୂପା ସାହୁ ଓ କନିଷ୍ଠ ବିଭାଗରେ ଅମିତାଭ ବାରିକ, କୁଇଜ୍ର ବରିଷ୍ଠ ବିଭାଗରେ ଶୁଭଲକ୍ଷ୍ମୀ ସାହୁ ଓ କନିଷ୍ଠବିଭାଗରେ ସୌଭାଗ୍ୟବତୀ ଖିଲାର, ସୃଜନଶୀଳ ଲିଖନ ବରିଷ୍ଠ ବିଭାଗରେ ପିନୁ ସ୍ୱାଇଁ ଓ କନିଷ୍ଠ ବିଭାଗରେ ପ୍ରଜ୍ଞା ପରମିତା ସାହୁ,ସଙ୍ଗୀତର ବରିଷ୍ଠ ବିଭାଗରେ ସ୍ୱାଗତିକା ସାହୁ ଓ କନିଷ୍ଠ ବିଭାଗରେ ମୋନାଲିସା ସାହୁ, ବକ୍ତୃତାର ବରିଷ୍ଠ ବିଭାଗରେ ବଦ୍ରିନାଥ ବରାଳ ଓକନିଷ୍ଠ ବିଭାଗରେ ଦେବୀପ୍ରିୟା ରାଉତ, ପିଏମ୍ ପୋଷଣ ସଂପର୍କିତ ଚିତ୍ରକଳାରେ ରାହୁଳ ଭୋଇ ଓ ଶିଳ୍ପକଳାରେ ରୁଦ୍ର ନାରାୟଣ ବେହେରା,ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରିୟା ଓ ସାଥି ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେବା ସହିତ ବ୍ଲକ୍ ସ୍ତରୀୟ “ସୁରଭି’ କାର୍ଯ୍ୟକ୍ରମପାଇଁ ମନୋନୀତ ହୋଇଛନ୍ତି । ସିଆର୍ସିସି ଦିଲ୍ଲୀପ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସୌରଭରାୟ, ନୃସିଂହ ବେହେରା, ସନ୍ତୋଷ ଧଳ, ଆଶୀର୍ବାଦ ଧଳ, ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା ମିଶ୍ର, ସ୍ନିଗ୍ଧାମୟୀ ନାୟକ, ଶୋଭାଶ୍ରୀ ଦଳେଇ, ମାନସୀଦାସ, ଶୁଭଲକ୍ଷ୍ମୀ ସେଠୀ ପ୍ରମୁଖ ବିଚାରକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ କୃତୀକୁ ମୂଲ୍ୟାଙ୍କନ କରିଥିଲେ । ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ଦାସକାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅପରାହ୍ନରେ ପ୍ରଧାନଶିକ୍ଷକ ବିଷ୍ଣୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମଧୁସାହୁପାଟଣା ଗ୍ରାମପଂଚାୟତର ସମିତିସଭ୍ୟା ଗୀତାଞ୍ଜଳି ସାହୁ ମୁଖ୍ୟ ଅତିଥି, ଭାପୁର ସିଆର୍ସିସି ନୃସିଂହ ପତି ମୁଖ୍ୟବକ୍ତା ଓ ପ୍ରାକ୍ତନପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।