* ଶିକ୍ଷା ବିଭାଗ ଭୂଷୁଡିଗଲା ବୋଲି କ୍ଷୋଭ ପ୍ରକାଶ କଲେ- ଉପାଧ୍ୟକ୍ଷ
*କୁଣ୍ଟୁଣିଆ ସମିତି ସଭ୍ୟ ଓ ଉପାଧ୍ୟକ୍ଷ ମଧ୍ୟରେ ତୁତୁ ମେମେ
ଢ଼େଙ୍କାନାଳ : ହିନ୍ଦୋଳ ବ୍ଲକ ବିଜୁ ସଭା ଗୃହରେ ୧୦ଟା ୩୦ରେ ଆରମ୍ଭ ହୋଇଥିଲା ୫ମ ପଞ୍ଚାୟତ ସମିତି ସାଧାରଣ ଅଧିବେଶନ । ବୈଠକରେ ହିନ୍ଦୋଳ ବିଧାୟୀକା ସୀମାରାଣୀ ନାୟକ ,ସାଂସଦ ପ୍ରତିନିଧି ସୁଶାନ୍ତ ପତି ଅତିଥି ରୂପେ ଯୋଗଦାନ କରିଥିବା ବେଳେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ ସଭା ପରିଚାଳନା କରିଥିଲେ ।ବୈଠକ ଆରମ୍ଭରୁ ଶିକ୍ଷା,କୃଷି,ଉଦ୍ୟାନ କୃଷି,ବିଦ୍ୟୁତ ,ମହିଳା ଓ ଶିଶୁ ବିକାଶ ସମନ୍ଵିତ ବିଭାଗ। କାର୍ଯ୍ୟକଳାପ ସଠିକ ଭାବରେ କରୁ ନ ଥିବାରୁ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହୁ ନ ଥିବାରୁ ସରପଞ୍ଚ ଓ ସମିତି ସଭ୍ୟମାନେ ପ୍ରଶ୍ନବାଣ କରି ବର୍ଷିଥିଲେ ।ତାଙ୍କର କଥାକୁ ସମର୍ଥନ କରି ବିଧାୟୀକା, ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ତାଗିଦ କରିଥିଲେ ।କୁଟୁଣିଆ ସମିତି ସଭ୍ୟ ହେମନ୍ତ ସାହୁ ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପରିଷଦ,ସରପଞ୍ଚ,ସମିତି ସଭ୍ୟଙ୍କ ମାସିକ ଭତ୍ତା ପ୍ରଦାନ କୁ ନେଇ ପ୍ରଶଂସାରେ ସାଉଁଟି ପକେଇଥିଲେ ।ଯାହାକୁ ନେଇ ସଭାରେ ଉପସ୍ଥିତ ଜିଲ୍ଲାପରିଷଦ,ସରପଞ୍ଚ,ସମିତି ସଭ୍ୟ କରତାଳି ମାରି ସମର୍ଥନ ଜଣାଇଥିଲେ ।ସରପଞ୍ଚ ଓ ସମିତିସଭ୍ୟଙ୍କର ବିଭିନ୍ନ ଅଭିଯୋଗ କୁ ସୂଚାରୁ ରୂପରେ ସମାଧାନ କରିବାକୁ ଚେଷ୍ଟା କରୁଥିଲେ ଅଧ୍ୟକ୍ଷା ।ସମିତି ସଭ୍ୟ ହେମନ୍ତ ସାହୁ ଙ୍କ ସମସ୍ତ ଅଭିଯୋଗ ଖଣ୍ଡନ କରିବାକୁ ଚେଷ୍ଟା କରୁଥିଲେ ଉପାଧ୍ୟକ୍ଷ ବରୁଣ ସର ।ତାପର ଠାରୁ ଗୃହରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଥିଲା ।ସେହି ଉଷ୍ମତାକୁ ଶୀତଳ କରିବାକୁ ପୂର୍ବତନ ଅଧ୍ୟକ୍ଷ ପ୍ରିୟ ରଞନ ମାହୁନ୍ତ ତାଙ୍କର ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ବୁଝାଇ ବାକୁ ଚେଷ୍ଟା କରୁଥିଲେ ।ତାଙ୍କର କଥାକୁ ସମର୍ଥନ କରି ବିଧାୟୀକା ଓ ଉପାଧ୍ୟକ୍ଷ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା ।ଯାହା ଦ୍ଵାରା ଗୃହ ଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା ।କିଛି ସରପଞ୍ଚ ସମିତିସଭ୍ୟଙ୍କର ବିଡ଼ିଓ ଫୋନକଲ ରିସିଭ ନ କରିବାରୁ ବିଡ଼ିଓ ଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ ସରପଞ୍ଚ ଓ ସମିତିସଭ୍ୟ। ସଭା ଶେଷରେ ଧନ୍ୟବାଦ ଜ୍ଞାପନ କଲେ ହିନ୍ଦୋଳ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ବିନିତା ବିଜୟିନୀ, ପ୍ରଥମ ରୁ ଶେଷ ଯାଏ ଗୃହକୁ ଶୃଙ୍ଖଳିତ ଭାବରେ ଚଳାଇବାକୁ ପ୍ରୟାସ କରୁଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ।