* ହିନ୍ଦୋଳ ଏନଏସି ର ଆୟବ୍ୟୟ ହିସାବ ଓ ସ୍ୱତନ୍ତ୍ର ଅଡିଟପାଇଁ ଦାବି କଲେ
* ସାତଦିନ ମଧ୍ୟରେ ଦାବିପୂରଣ ନହେଲେ କରିବେ ଅନଶନ
* ଅନାସ୍ଥା ଓ ବିଦ୍ରୋହର ପୂର୍ବାଭାସ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସିର ଅସନ୍ତୁଷ୍ଟ ୧୨ଜଣ କାଉନସିଲର ଆଜି ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ସାକ୍ଷାତକରି ଦାବିପତ୍ର ଦେବାକୁ ନେଇ ହିନ୍ଦୋଳ ଏନଏସି ରାଜନୀତି ସରଗରମ ହୋଇଛି!ବହୁଦିନ ହେବ ଅସନ୍ତୋଷର ନିଆଁ ଦେଖାଯାଇଥିଲା ଗତ ସ୍ୱାୟତ୍ତଶାସନ ଦିବସରେ ଅସନ୍ତୁଷ୍ଟ ୧୪କାଉନସିଲର ଯୋଗନଦେବା ସହ ଗତନିର୍ବାଚନ ସମୟରେ ପରିଷଦର ବିନା ଅନୁମୋଦନରେ ନିର୍ବାଚନ ପାଇଁ ୧୭ଲକ୍ଷ ଖର୍ଚ୍ଚ,ଜୈନିକ କାଉନସିଲରଙ୍କ ପ୍ରରୋଚନାରେ ନିର୍ଦ୍ଧିଷ୍ଟ ଗୋଟିଏ ୱାର୍ଡରେ ୧୭-୧୮ଲକ୍ଷ କାମ,ଅନ୍ୟ କୌଣସି ୱାର୍ଡ ପାଇଁ ଟେଣ୍ଡର ନକରିବା, କର୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ, ଆୟବ୍ୟୟ ହିସାବ ନଦେବା, ୱାର୍ଡର ଆବଶ୍ୟକତା ଅନୁଯାଇ କାଉନସିଲରଙ୍କୁ ପ୍ରାଧାନ୍ୟ ନଦେବା,ଅଣଦେଖା କରାଯିବା,ପରିଷଦ ଅଗୋଚରରେ ମନମୁଖି କାର୍ଯ୍ୟ କରିବା ଏବଂ ନିୟମାନୁଯାୟୀ ମାସିକ ବୈଠକ ନକରିବା ଇତ୍ୟାଦି କାରଣ ପାଇଁ ଅସନ୍ତୁଷ୍ଟ ଉପାଧ୍ୟାକ୍ଷାଙ୍କ ସମେତ ୧୨ଜଣ କାଉନସିଲର ଗତ ୨/୯/୨୦୨୪ରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ l ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ଉଭୟ ବିଜେପି ଓ ବିଜେଡି କାଉନସିଲର ମିଳିତ ଭାବରେ ଉପାଧ୍ୟାକ୍ଷା ପ୍ରତିମା ରାଉତଙ୍କ ନେତୃତ୍ୱରେ କାଉନସିଲର ଶରତ କୁମାର ଭୂତିଆ(ୱାର୍ଡ-୧୨), ଅନୁପମା ସାହୁ(ୱାର୍ଡ-୧୫), ବିଷ୍ଣୁପ୍ରିୟା ନାଏକ(ୱାର୍ଡ-୭), ରିତାରାଣୀ ବେହେରା(ୱାର୍ଡ-୪),କାର୍ତ୍ତିକ ପ୍ରଧାନ(ୱାର୍ଡ-୯), ଦୀପକରଞ୍ଜନ ବିଶ୍ୱାଳ(ୱାର୍ଡ-୫), ତୃପ୍ତିମୟୀ ବେହେରା(ୱାର୍ଡ-୬), ସୁମତି ଦେହୁରୀ(ୱାର୍ଡ-୧୪), ବିଜୟ ପ୍ରଧାନ(ୱାର୍ଡ-୧୬), ବନିତା ଦାସ(ୱାର୍ଡ-୩), ଶୁଭଲଷ୍ମୀ ଦେହୁରୀ(ୱାର୍ଡ-୧୧) ପ୍ରମୁଖ ତୁରନ୍ତ ଦେଢ଼ବର୍ଷର ଆୟବ୍ୟୟ ହିସାବଦେବା, ସ୍ୱତନ୍ତ୍ର ଅଡିଟ କରାଇବା, ନିୟମିତ ପରିଷଦ ବୈଠକ ଡାକିବା, ନୂତନ ପରିଷଦ ଗଠନ ଦିନଠାରୁ ଆଜିପର୍ଯ୍ୟନ୍ତ ସମସ୍ତ ଉର୍ଣ୍ଣୟନମୂଳକ କାର୍ଯ୍ୟ, ହୋଇଥିବା ବିଲ ସମ୍ପର୍କରେ ସୂଚନାଦେବା, ତୁରନ୍ତ ଷ୍ଟାଣ୍ଡିଙ୍ଗ କମିଟି ଗଠନ କରିବା ଏବଂ କାଉନସିଲର ମାନଙ୍କ ବିନା ଅନୁମୋଦନରେ କୌଣସି କାର୍ଯ୍ୟ ନକରିବା ଇତ୍ୟାଦି ପାଇଁ ସାତଦିନ ମଧ୍ୟରେ ଦାବିପୂରଣ ପାଇଁ ଏକ ଦାବିପତ୍ର ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଓ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ଏବଂ ଆସନ୍ତା ସାତଦିନ ମଧ୍ୟରେ ଦାବିପୂରଣ ନହେଲେ ଅନିର୍ଦ୍ଧିଷ୍ଟ ସମୟପାଇଁ ଅନଶନରେ ବସିବାକୁ ଜଣାଇଛନ୍ତି l ଅଭିଯୋଗ କରିଥିବା ଉପାଧ୍ୟାକ୍ଷା ଓ କାଉନସିଲର ମାନଙ୍କ ସୂତ୍ରରୁ ପ୍ରକାଶ ହିନ୍ଦୋଳ ଏନଏସି ଅଧ୍ୟକ୍ଷ ନିର୍ଦ୍ଧିଷ୍ଟ ଜଣେ କାଉନସିଲର ଓ ନିର୍ଦ୍ଧିଷ୍ଟ କେତକ ଟାଉଟରଙ୍କ କଥାରେ ପରିଚାଳିତ ହୋଇ ସମସ୍ତ କାଉନସିଲରଙ୍କୁ ବାରମ୍ବାର ଅଣଦେଖା କରି ନିଜର ଓ ଅନୁଗତ କାଉନସିଲର, ଅନୁଗତ ନିର୍ଦ୍ଧିଷ୍ଟକର୍ମୀଙ୍କ ମୁନଫା ପାଇଁ ପୂର୍ବତନ ନିର୍ବାହୀଅଧିକାରୀଙ୍କ ସହଯୋଗରେ ବହୂ ବେନିୟମକାର୍ଯ୍ୟ କରି ବିଲପାସ କରିନେଉଛନ୍ତି ଏବଂ କାଉନସିଲର ମାନଙ୍କୁ ସମସ୍ତ ତଥ୍ୟରୁ ଦୁରେଇ ରଖୁଛନ୍ତି ଫଳରେ କାଉନସିଲର ମାନେ ନିଜନିଜ ୱାର୍ଡମାନଙ୍କରେ ପ୍ରତିଶୃତି ଅନୁଯାଇ କାର୍ଯ୍ୟ କରିପାରୁନାହାନ୍ତି l ତେବେ ଆଜିର ଏହି ୨ୟ ଅଭିଯୋଗ ପରେ ହିନ୍ଦୋଳ ଏନଏସି ଅଫିସଭିତରେ ବହୂ ବେଆଇନ କାର୍ଯ୍ୟ ଚାଲୁଥିବା ଅନୁମାନ ସହ ହିନ୍ଦୋଳ ଏନଏସି ରାଜନୀତି ଗୋଳାମାଳିଆ ଚରମସୀମାରେ ପହଂଚି ପୁଣି ଏକ ଅନାସ୍ଥା ହେବାର ରାସ୍ତାଖୋଲି ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିଛି ଯାହାକି ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଛି l ଉଲ୍ଲେଖଯୋଗ୍ୟ ଯେ ହିନ୍ଦୋଳ ଏନଏସି ରେ ପୂର୍ବରୁ ମଧ୍ୟ ଅନିୟମିତତା ପାଇଁ ଦୁଇଥର ଅନାସ୍ଥା ହୋଇଥିବାବେଳେ ତୃତୀୟଥର ସେଇ ସମାନ ଭୁଲପାଇଁ ଅନାସ୍ଥା ଆଡକୁ ଗତି କରୁଛିବୋଲି ଜନସାଧାରଣ ଏବେଠୁ ହିସାବନିକାସ କଲେଣି ।