ଢ଼େଙ୍କାନାଳ- ଭୁବନର ଐତିହାସିକ,ପାରମ୍ପରିକ ତଥା ପ୍ରସିଦ୍ଧ ଦଶହରା “ବଳଦ ଯାତ୍ରା” ରେ ଚଳିତ ବର୍ଷ ଡ଼ିଜେ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ପୂର୍ତ୍ତ ବିଭାଗ ଡାକବଙ୍ଗଳା ରେ ବଳଦ ଯାତ୍ରା କମିଟି ସଭାପତି ଦିଲ୍ଲୀପ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ବଳଦ ଯାତ୍ରା ର ସ୍ରଷ୍ଠା ” ଥୋରିଆ ସମାଜ” ସଭାପତି ବ୍ରହ୍ମାନନ୍ଦ ସାହୁ,ସମ୍ପାଦକ ବିଶ୍ଵନାଥ ସାହୁ, ଶ୍ରୀଧର ବେହେରା,ଦଶହରା ବଳଦ ଯାତ୍ରା ଶାନ୍ତି କମିଟି ସମ୍ପାଦକ କୁଞ୍ଜ ବିହାରୀ ଚିନରା,ନୁଆ ବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି, କାଳୀ ବଜାର ସଭାପତି ସମୀର କୁମାର ସାହୁ,ଅଜୟ ସେଠୀ,ନରେନ୍ଦ୍ର ସାହୁ ଙ୍କ ସମେତ ୩୨ ଟି ବଳଦ କମିଟି ସଭାପତି ,୧୨ ଟି ଦୁର୍ଗା ପୂଜା,ହର ପାର୍ବତୀ କମିଟି ସଭାପତି ଉପସ୍ଥିତ ରହି ଡ଼ି ଜେ ର ମାତ୍ରାଧିକ ଶବ୍ଦ ପ୍ରଦୂଷଣ କରୁଥିବା ଓ ଶିଶୁ,ରୋଗୀ,ବୟସ୍କ ବ୍ୟକ୍ତି ମାନଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉ ଥିବା ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରବଣ ଶକ୍ତି ହ୍ରାସ ଓ ହୃଦୟ ଜନିତ ରୋଗର ମୁଖ୍ୟ କାରଣ ଓ ଲକ୍ଷଣ ହେଉଛି ଡି ଜେ ସାଉଣ୍ଡ । ଏଥିପାଇଁ ଆସନ୍ତା ଦଶହରା ବଳଦ ଯାତ୍ରା ରେ ଡି ଜେ ସମ୍ପୂର୍ଣ ବନ୍ଦ ଓ ପାରମ୍ପରିକ ବାଦ୍ୟ ,ଲୋକନୃତ୍ୟ ପାଇଁ ସର୍ବ ସମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା। ଗତ ସପ୍ତାହ ରେ ସର୍ବ ପ୍ରଥମେ ନାୟକ ସାହି ତରଫରୁ ଡ଼ି ଜେ ବନ୍ଦ ପାଇଁ ନିଷ୍ପତି ହୋଇଥିବାରୁ ଉଚ୍ଚ ପ୍ରଶଂସା କରାଯାଇଥିଲା ।ଡ଼ି ଜେ ମୁକ୍ତ ଦଶହରା ବଳଦ ଯାତ୍ରା ଓ ଦୁର୍ଗା ଭସାଣି ପାଇଁ ନିଷ୍ପତି ହୋଇଥିବାରୁ ସବୁ ମହଲରେ ଆନନ୍ଦ ପ୍ରକାଶ ପାଇଛି।