ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ହିନ୍ଦୀ ଦିବସ -୨୦୨୪ ପାଳିତ !

ଢେଙ୍କାନାଳ : ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ହିନ୍ଦୀ ଦିବସ -୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ବରିଷ୍ଠ ହିନ୍ଦୀ ଶିକ୍ଷକ ଅଖିଳ ପୃଷ୍ଟିଙ୍କ ସଭାପତିତ୍ବରେ ଓ ହିନ୍ଦୀ ଶିକ୍ଷକ ସତ୍ୟବ୍ରତ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧକ୍ଷ ଲକ୍ଷ୍ମଣ କୁମାର ସାହୁ,ଡ଼ଃ ଅଜିତ କୁମାର ମହାପାତ୍ର, ଡ଼ଃ ଅମୂଲ୍ୟ ରତ୍ନ ମହାନ୍ତି ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।୨୦୨୪ ହାଇସ୍କୁଲ୍ ସାର୍ଟିଫିକେଟ ହିନ୍ଦୀ ପରୀକ୍ଷାରେ ଶତକଡା ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ୱର୍ ରଖିଥିବା ଜିଲ୍ଲାର ୭୨ ଜଣ ଛାତ୍ରୀ ଛାତ୍ରଙ୍କୁ ମଞ୍ଚାସୀନ ଅତିଥି ବୃନ୍ଦ ପର୍ଯ୍ୟାୟ କ୍ରମେ ପ୍ରଶଂସା ପତ୍ର ଓ ମେମେଣ୍ଟୋ ପ୍ରଦାନ କରିଥିଲେ।ସେହିପରି ଚଳିତ ବର୍ଷ ସେବାନିବୃତ ହୋଇଥିବା ହିନ୍ଦୀ ଶିକ୍ଷକଙ୍କୁ ମଞ୍ଚାସୀନ ଅତିଥି ବୃନ୍ଦ ପର୍ଯ୍ୟାୟ କ୍ରମେ ପୁଷ୍ପଗୁଚ୍ଛ,ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ଢେଙ୍କାନାଳ ଜିଲ୍ଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ୧୧ ଜଣ ନୂତନ ହିନ୍ଦୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ସଂଘ ସାଂସ୍କୃତିକ ଉପଦେଷ୍ଠା ଅନ୍ତରା ଘୋଷ୍ ଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ସଭା ପରେ ପରେ ହିନ୍ଦୀ ଭାଷାରେ ବକ୍ତୃତା, ଦେଶାତ୍ମବୋଧକ କବିତା ପାଠ,ଦେଶାତ୍ମବୋଧକ ସଙ୍ଗୀତ ଓ ହିନ୍ଦୀ ଶିକ୍ଷୟିତ୍ରୀ ମିନତୀ ମିଶ୍ର ସୁନ୍ଦର ନୃତ୍ୟ ସମେତ ଅନ୍ୟ ଛାତ୍ରୀ,ଛାତ୍ରମାନଙ୍କର ପାରମ୍ପରିକ ଓ ଆଧୁନିକ ହିନ୍ଦୀ ସଙ୍ଗୀତ ର ତାଳେତାଳେ ମନୋଲୋଭା ନୃତ୍ୟ ମାଧ୍ୟମରେ ସୁନ୍ଦର ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହିନ୍ଦୀ ଶିକ୍ଷକ ସତ୍ୟବ୍ରତ ପଣ୍ଡା ଅତିଥି ପରିଚୟ ପ୍ରଦାନ,ସଂଘର ବାର୍ଷିକ ବିବରଣୀ ପାଠ ଓ ସଭା ସଂଯୋଜନା କରିଥିଲେ। ପରିଶେଷରେ ହିନ୍ଦୀ ଶିକ୍ଷକ ରମାକାନ୍ତ ସାହୁ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଉପଲକ୍ଷେ ହିନ୍ଦୀ ଦିବସ -୨୦୨୪ ପାଳନ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

9 − six =