ଓଡ଼ାପଡ଼ା ଧର୍ମପରାୟଣ ବ୍ୟକ୍ତି ଶେଖ୍ ଇବ୍ରାହିମଙ୍କ ପରଲୋକ !

ଢ଼େଙ୍କାନାଳ : ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା ଗ୍ରାମର ଧର୍ମପରାୟଣ ବ୍ୟକ୍ତି ଶେଖ୍ ଇବ୍ରାହିମ୍ ଙ୍କର (୭୧) ବର୍ଷ ବୟସରେ ସୋମବାର ରାତିରେ ପରଲୋକ ହୋଇ ଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଦୀର୍ଘଦିନ ଧରି ଶଯ୍ୟାଶାୟୀ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ଦ୍ୱାରା ଅଞ୍ଚଳରେ ଦୁଃଖ ଓ ଶୋକର ଛାୟା ଖେଳି ଯାଇଥିଲା।ସେ ଜଣେ ଧର୍ମ ପରାୟଣ ଓ କର୍ତ୍ତବ୍ୟ ନିଷ୍ଠ ବ୍ୟକ୍ତି ଥିଲେ। ଦୀର୍ଘଦିନ ଧରି ସେ ଅହମଦିଆ ମୁସଲିମ ଜାମେ ମସଜିଦରେ ଇମାମତ (ନମାଜ ପଢାଇଥିଲେ) କରିଥିଲେ।ତାଙ୍କର ମୃତ୍ୟୁଖବର ଶୁଣି ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭୁବନେଶ୍ୱର, ନୂଆ ପାଟଣା, ତିଗିରିଆ ଅଞ୍ଚଳରୁ ଶତାଧିକ ବନ୍ଧୁ ବାନ୍ଧବ, ଜ୍ଞାତି କୁଟୁମ୍ବ ଓ ସମ୍ପର୍କୀୟମାନେ ଏକାଠି ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଜନାଜା ପାଠ କରିଥିଲେ।

Leave A Reply

Your email address will not be published.

two × three =