କଙ୍କଡ଼ାହାଡ ବ୍ଲକରେ କୁକୁଡ଼ା ଚାଷ ପ୍ରଶିକ୍ଷଣ ଶିବିର ଉଦଯାପିତ !

ଢେ଼ଙ୍କାନାଳ : ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ ଭାବେ ପରିଚିତ କଙ୍କଡାହାଡ ବ୍ଲକ ସଭଗୃହରେ ୬ ଦିନିଆ କୁକୁଡ଼ା ଚାଷ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଭାରତ ସରକାର ଙ୍କ କେନ୍ଦ୍ରୀୟ କୁକ୍କୁଟ ଗବେଷଣା ବିକାଶ ସଂଗଠନ ଏବଂ ଜଗବନ୍ଧୁ ଜରାଶ୍ରମ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର ରେ,ଜଗବନ୍ଧୁ ଜରାଶ୍ରମର ସମ୍ପାଦକ ଆଶୁତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତିର ଯୁବକ ଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କୁକୁଟ୍ଟ ଉନ୍ନୟନ ପରିଷଦ ର ସହାୟକ ଆୟୁକ୍ତ ଡ଼ଃ ଇନ୍ଦିରା ନାୟକ ଶତାଧିକ ଯୁବକ ଯୁବତୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ । କଙ୍କଡ଼ାହାଡ଼ ବ୍ଲକର ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ହରେକୃଷ୍ଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯେଉଁ ଅନୁସୂଚିତ ଜାତି ,ଅନୁସୂଚିତ ଜନଜାତି ବର୍ଗର ଯୁବକ ଯୁବତୀ ମାନେ ପ୍ରଶିକ୍ଷଣ ନେଇଛନ୍ତି ସେମାନେ ନିଶ୍ଚିତ ଭାବେ ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୋଷ୍ଠି କାର୍ଯ୍ୟକ୍ରମ ପରିଚାଳକ ମିଶନ ଶକ୍ତି ଅନ୍ନପୂର୍ଣ୍ଣା ସାହୁ ଏବଂ ରାମେଶ୍ୱର ମହାବିଦ୍ୟାଳୟର ଅଧକ୍ଷ ପ୍ରସନ୍ନ କୁମାର ସାହୁ ଯୋଗଦେଇଥିଲେ ।
. ଏହି କାର୍ଯ୍ୟକ୍ରମକୁ ଆନ୍ତର୍ଜାତିକ ପର୍ବତରୋହୀ ଏବଂ ରାଜ୍ୟ ପ୍ରକଳ୍ପ ସଂଯୋଜିକା ସୁଶ୍ରୀ ବିଭାରାଣୀ ପାତ୍ର ପରିଚାଳନା କରିଥିଲେ l ସମାଜସେବୀ ପ୍ରଦୀପ୍ତ କୁମାର ବେହେରା ସହାୟତା ପ୍ରଦାନ କରିଥିଲେ l ସମସ୍ତ ଶିବିରାର୍ଥି ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.

eight − 7 =