ଆଡଭୋକେଟ ସତ୍ୟରଞ୍ଜନ ଶତପଥିଙ୍କ ପରିଚାଳିତ ମାମଲାର ଜିଲ୍ଲା ଖାଉଟି ଅଦାଲତଙ୍କ ଐତିହାସିକ ରାୟ !

ଢେଙ୍କାନାଳ ଜିଲ୍ଲା ଖାଉଟି ଅଦାଲତଙ୍କ ଐତିହାସିକ ରାୟ
ଢେଙ୍କାନାଳ,୨୭ା୯: ଜିଲ୍ଲା ଖାଉଟି ଅଦାଲତର ସଭାପତି ସରୋଜ କୁମାର ସାହୁ ଏବଂ ସଦସ୍ୟା ସସ୍ମିତା ରଥ ଏହି ଐତିହାସିକ
ଆଦେଶ ଇନ୍‌ସ୍ୟୁରାନ୍ସ କଂପାନୀ ବିରୁଦ୍ଧରେ ପ୍ରଦାନ କରିଛନ୍ତି । ଘଟଣାକ୍ରମରେ , ଗଁଦିଆ ଥାନା ଅନ୍ତର୍ଗତ ସନ୍ତୋଷ କୁମାର ସାହୁ ତାଙ୍କ “ମା’ ତାରିଣୀ” ରାଇସ୍‌ମିଲ୍ ପାଇଁ ଏକ ଇନ୍‌ସ୍ୟୁରାନ୍ସ ପଲିସି କରିଥିଲେ । “ଫନି” ବାତ୍ୟା ଯାହାକିତା୦୩.୦୫.୨୦୧୯ରିଖରେ ହୋଇଥିଲା । ସେଥିରେ ରାଇସ୍‌ମିଲ୍‌ରେ ଗଚ୍ଛିତ ଥିବା ଧାନ, ଚାଉଳ ଘରଦ୍ୱାରା ସଂପୂର୍ଣ୍ଣ ନଷ୍ଟହୋଇଯାଇଥିଲା । ସନ୍ତୋଷ କୁମାର ସାହୁ ରାଇସ୍ ମିଲ୍‌ର କ୍ଷତି ବାବଦକୁ ଇନ୍‌ସ୍ୟୁରାନ୍ସ କମ୍ପାନୀରେ ଆବେଦନ କରିଥିଲେ । ଇନ୍‌ସ୍ୟୁରାନ୍ସ କମ୍ପାନୀ ସର୍ଭେୟର ପଠାଇ କ୍ଷତିର ଆକଳନ କରାଇଥିଲେ । ସର୍ଭେୟର କ୍ଷତିପୂରଣ ବାବଦକୁ ଟ.୯୯,୨୧,୫୦୦/-ଙ୍କା (ଅନେଶ୍ୱତ ଲକ୍ଷ ଏକୋଇଶି ହଜାର ପାଂଚଶହ ଟଙ୍କା)ର ଆକଳନ କରିଥିଲେ । କିନ୍ତୁ ଇନ୍‌ସ୍ୟୁରାନ୍ସ କମ୍ପାନୀ ଉକ୍ତ କ୍ଷତିପୂରଣ ନଦେଇ ଟାଳଟୁଳନୀତି ଅବଲମ୍ବନ କରି ଆବେଦନକାରୀଙ୍କୁ ବହୁବାର ଅଫିସ୍‌କୁ ଦୌଡାଇବାରୁ ସନ୍ତୋଷ ସାହୁ ମାନ୍ୟବର ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ ଏବଂ ଉକ୍ତ କେସ୍‌ଟି କଂଜୁମର କେସ୍ ନଂ-୧୧୩/୨୦୨୧ ରେଜିଷ୍ଟ୍ରିଭୁକ୍ତ ହୋଇଥିଲା ।ଉକ୍ତ କେସ୍‌ରେ ମାନ୍ୟବର ଅଦାଲତ ଉଭୟ ପକ୍ଷଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତିକରି ଇନ୍‌ସ୍ୟୁରାନ୍ସ କମ୍ପାନୀକୁ ଟ.୯୪,୯୫,୨୬୧/-ଙ୍କା କ୍ଷତିପୂରଣ ଏବଂ ମୋକଦ୍ଦମା ଖର୍ଚ୍ଚ ବାବଦରେ ଟ.୧୦,୦୦୦/-ଙ୍କା ଏକ ମାସ ଭିତରେ ଦେବା ପାଇଁ ସ୍ପଷ୍ଟ ଆଦେଶ ଦେଇଛନ୍ତି । ଅନାଦେୟ ହେଲେ ଏ ସମସ୍ତ କ୍ଷତିପୂରଣକୁ ତା.୦୬.୦୩.୨୦୨୦ରିଖ ଠାରୁ ଶତକଡା ୯ ଟଙ୍କା ସୁଧ ହାରରେ ଆବେଦନକାରୀଙ୍କୁଦେବା ପାଇଁ ଆଦେଶ ଅଛି । ଉକ୍ତ କେଶ୍‌ଟି ଆବେଦନକାରୀଙ୍କ ତରଫରୁ ଆଡଭୋକେଟ ସତ୍ୟରଞ୍ଜନ ଶତପଥି ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.

fourteen + nineteen =