କୁରୁମଟାଙ୍ଗର ଗ୍ରାମରେ ଦନ୍ତାହାତୀ କଚାଡି ମାରିଲା !


ଢେଙ୍କାନାଳ :  ସଦର ରେଞ୍ଜ୍‌ର କୁରୁମଟାଙ୍ଗର ଗ୍ରାମର ଶ୍ରୀକାନ୍ତ ପରିଡା (୪୯) ସବୁଦିନ ପରି  ଭୋର୍ ସମୟରେ ଗ୍ରାମନିକଟସ୍ଥ ପୋଖରୀ ହୁଡାରେ ଏହି ହାତୀ ପାଇଁ ଧାନଜଗି ବସିଥିବାବେଳେ ଗୋଟିଏ ଦନ୍ତା ହାତୀ ତାକୁ ଗୋଡାଇ ଶୁଣ୍ଢରେ ଧରି କଚାଡି ମାରିଦେଇଥିଲା ।

ସକାଳେ ଗ୍ରାମବାସୀମାନେ ପୋଖରୀକୁ ଗାଦୋଇବାକୁ ଗଲାବେଳେ ଏହି ଘଟଣାକୁ ଦେଖି ବନବିଭାଗକୁ ଜଣାଇଥିଲେ । ପ୍ରକାଶଥାଉକି, ସଂପୃକ୍ତ ଅଂଚଳରେ ଜଙ୍ଗଲି ହାତୀମାନେ ଅନ୍ୟାୟସରେ ଗାଁ ଭିତରେ ପ୍ରବେଶ କରି ରବି ଫସଲଠୁ ଆରମ୍ଭ କରି ଧାନ ଫସଲ ଇତ୍ୟାଦି ନଷ୍ଟ କରିବା ସହିତ ବାଡିରେ ଅନ୍ୟାନ୍ୟ ଗଛଗୁଡିକୁ ମଧ୍ୟ ଭାଙ୍ଗିରୁଜି ଦେଉଛନ୍ତି । ଏ ସଂପର୍କରେ ଗ୍ରାମବାସୀମାନେ ବାରଂବାର ବନବିଭାଗକୁ ଜଣାଇଥିଲେ ମଧ୍ୟ ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ଦୂରେ ଥାଉ ବରଂ ଉପରକୁ ହାତ ଟେକିଦେଉଛନ୍ତି । ପୂର୍ବରୁ କୁରୁମଟାଙ୍ଗର ଗ୍ରାମକୁ ବାରମ୍ବାର ହାତୀ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରିଥିଲେ ମଧ୍ୟ ବନବିଭାଗ ପକ୍ଷରୁ ଏଥିପାଇଁ ପ୍ରତିକାର କରାଯାଉନାହିଁ ।

ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯିବା ସହିତ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ହାତୀ ଚଳପ୍ରଚଳ ପାଇଁ ବନବିଭାଗ ପକ୍ଷରୁ ପ୍ରଯ୍ୟାପ୍ତ ପରିମାଣରେ ଆଲୋକ ବ୍ୟବସ୍ଥା କରାନଯାଏ ତେବେ ଆଗାମୀ ଦିନରେ କୌଣସି କ୍ଷୟକ୍ଷତି ପାଇଁ ବନବିଭାଗ ସଂପୂର୍ଣ୍ଣ ଦାୟୀ ହେବା ସହିତ ଗ୍ରାମବାସୀମାନେ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।      

Leave A Reply

Your email address will not be published.

twelve − 4 =