ଢ଼େଙ୍କାନାଳ : ଭୁବନ ବ୍ଲକରେ ଆଜି ସମୁଦାୟ ୧୬୧ ଜଣ ଭିନ୍ନକ୍ଷମ ,ବିଧବା ଏବଂ ସ୍ୱାମୀ ପରିତ୍ୟକ୍ତା ମହିଳା ଙ୍କୁ ଭତା ବଣ୍ଟନ କରାଯାଇଛି ।
ରାଜ୍ୟର ଉନ୍ନତି ପାଇଁ ପ୍ରତ୍ୟେକ ବ୍ୟକ୍ତିର ଅବଦାନ ରହିଛି । ଭିନ୍ନକ୍ଷମ ,ବିଧବା ଓ ସ୍ୱାମୀ ପରିତ୍ୟକ୍ତା ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା ଯୋଜନା କରିଛନ୍ତି । ଏହି ଯୋଜନାରେ ଆଜି ୧୬୧ ଜଣ ହିତାଧିକାରୀ ଙ୍କୁ ମାସିକ ଭତା ପ୍ରଦାନ କରାଗଲା ଏବଂ ଏହି ସେବା ପାଇଁ ମୁଁ ଗର୍ବ ଅନୁଭବ କରୁଛି ବୋଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମତବ୍ୟକ୍ତ କରିଥିଲେ । ବିଡିଓ କଲ୍ୟାଣ ସୌରଭ ଦାଶ ଙ୍କ ସମେତ ଉପାଧ୍ୟକ୍ଷା ସରୋଜିନୀ ଦ୍ୱିବେଦୀ ଉପସ୍ଥିତ ଥିଲେ ।