ଭୁବନ ମହିଳା ମହାବିଦ୍ୟାଳୟ ପକ୍ଷରୁ ହକି ପାଇଁ ଜାଗରଣ !

ଢ଼େଙ୍କାନାଳ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ହକି ବିଶ୍ୱ କପ ପାଇଁ ଜାଗରଣ କରାଯାଇଥିଲା ।

ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରି କହିଥିଲେ ଯେ , ଆମ ରାଜ୍ୟରେ ହକି ବିଶ୍ୱ କପ ଆୟୋଜନ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ର ବିଷୟ । ଭାରତ ହକି ଟିମ ର ଓଡିଶା ପ୍ରାୟୋଜକ ହେବା ଆଉ ଏକ ଗର୍ବର କଥା । ସାରା ବିଶ୍ୱ ଓଡିଶାକୁ ଦେଖିବ ଏବଂ ଓଡିଶା ସାରା ବିଶ୍ୱରେ ପରିଚୟ ସୃଷ୍ଟି କରିବା ସହିତ ପ୍ରସିଦ୍ଧି ଲାଭ କରିବ ।

ପ୍ରତ୍ୟେକ ଓଡିଆ ଏଥିପାଇଁ ଗର୍ବିତ ହେବା ଉଚିତ ବୋଲି ଅଧ୍ୟକ୍ଷ ଶ୍ରୀମାନ ଦାସ ମତବ୍ୟକ୍ତ କରିଥିଲେ । ଏନସିସି , ଏନଏସଏସ, ୟୁଥ ରେଡକ୍ରସ ଏବଂ କଲେଜ ଛାତ୍ରୀ ମାନେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ନଗରପାଳ ଶୁଭେନ୍ଦୁ ସାହୁ ଓ କଲେଜ ପରିଚାଳନା କମିଟି ପୂର୍ବତନ ସଂପାଦକ ଦେବବ୍ରତ ପୃଷ୍ଟି ଏହି ଜାଗରଣ କୁ କାଳୀବଜାର ଠାରେ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.

nineteen − three =