ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକମାନଙ୍କ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଅଦ୍ୟ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଅଭିଭାବକ-ଶିକ୍ଷକ ବୈଠକ-୨୦୨୨ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ପ୍ରଗତି ତଥା ବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା ବିଷୟରେ ସଫଳ ଆଲୋଚନା ହୋଇଥିଲା । ଅଭିଭାବକମାନେ ନିଜ ନିଜ ଶିଶୁଙ୍କର ଶୈକ୍ଷିକ ପ୍ରଗତି ନିମନ୍ତେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବୈଠକଟି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ପ୍ରଶାନ୍ତ କୁମାର ସାହୁ ସୁଲୋଚନା ଭୂତିଆ, କନ୍ୟାକୁମାରୀ ଭୂତିଆ, ସୌଦାମିନୀ ଦେହୁରୀ, ଉର୍ମିଳା କର, ମାମାଲି ମିଶ୍ର ଓ ଉପାସନା ନାଥଶର୍ମା ଉପସ୍ଥିତ ଥିଲେ । ଶିଶୁଙ୍କର ଶୈକ୍ଷିକ ଉନ୍ନତି ନିମନ୍ତେ ଉଭୟ ଶିକ୍ଷକ ଓ ଅଭିଭାବକ ପରସ୍ପର ସହଯୋଗ ସହକାରେ କାର୍ଯ୍ୟ କରିବାକୁ ପ୍ରଧାନଶିକ୍ଷୟିତ୍ରୀ ମହୋଦୟା ଗୁରୁତ୍ୱ ଆରୋପ କରିଥିଲେ । ପାଠପଢା ବ୍ୟତୀତ ଶିଶୁଙ୍କର ଖେଳ, ପ୍ରତିଯୋଗିତାରେ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ମୋଟୋ କାର୍ଯ୍ୟକାରୀ ହେବା ଉପରେ ପ୍ରଧାନ ଶିକ୍ଷୟିତ୍ରୀ ଗୁରୁତ୍ୱାରୋପ କରିଥିଲେ । ସଭାଶେଷରେ ବିଦ୍ୟାଳ୍ୟର ଶିକ୍ଷୟିତ୍ରୀ କନ୍ୟାକୁମାରୀ ଭୂତିଆ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସଭାସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.

seventeen − 16 =