ଯୁଆଙ୍ଗ ପି.ଭି.ଟି.ଜି. ଜନଜାତିଙ୍କ ନିମନ୍ତେ ବିଶାଳ ସଚେତନତା ଶିବିର ଅନୁଷ୍ଠିତ !

ଢେଙ୍କାନାଳ : କାମାକ୍ଷାନଗର ବ୍ଲକ ବଡସୁଆଁଳୋ ଉଚ୍ଚ ବିଦ୍ୟାଳୟରେ ଆଜି ଯୁଆଙ୍ଗ ଯୁଆଙ୍ଗ ଜନଜାତିଙ୍କ ନିମନ୍ତେ ଏକ ବିଶାଳ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଆଙ୍ଗ ଜନଜାତିଙ୍କ ପାଇଁ ଏକ କାର୍ଯାଳୟ ଉଦଘାଟିତ ହୋଇଥିଲା । ଢେଙ୍କାନାଳ ଜିଲ୍ଲାରେ ପ୍ରାୟ ଏଗାର ହଜାର ଯୁଆଙ୍ଗ ଅଧିବାସୀ ମାନେ ୭ ବ୍ଲକ ୫୨ଟି ଗ୍ରାମପଞ୍ଚାୟତ ଗୋଟିଏ ସହରାଞ୍ଚଳ ଓ ପ୍ରାୟ ୧୧୨ଟି ଗ୍ରାମରେ ବସବାସ କରୁଛନ୍ତି ସେମାନେ ମୁଖ୍ୟତଃ ଅପହଂଚ ଇଲାକା ଓ ପର୍ବତ ଘେରାଉ ଅଂଚଳ ରେ ବସବାସ କରନ୍ତି ।

ସେଥିପାଇଁ ଯୁଆଙ୍ଗ ଜନଜାତି ଙ୍କ ଉର୍ନ୍ନତି ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପଶୁପାଳନ, ମିଶନ ଶକ୍ତି, ଗ୍ରାମୀଣ ଆବାସ ଦକ୍ଷତା ବିକାଶ,ମତିକକ୍ଷ ସଂରକ୍ଷଣ, କଳା କାରିଗରୀ ଏବଂ ଜିବିକା କ୍ଷେତ୍ରରେ କିପରି ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ ଓ ସେମାନଙ୍କୁ କିପରି ଏସବୁ ଯୋଜନା ମାଧ୍ୟମରେ ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଏହି ଶିବିର ଆୟୋଜନ କରାଯାଇଥିଲା ।

ଏହା ବ୍ୟତୀତ ସମାନଙ୍କୁ ସାମାଜିକ କୁସଂସ୍କାର ଯଥା ଗୁଣି ଗାରେଡି, ବାଲ୍ୟ ବିବାହ, ନିଶା ନିବାରଣ, ଶିଶୁ ଶ୍ରମିକ ଆଦି ପ୍ରଥା ରୁ ନିବୃତ ରହିବା ନିମନ୍ତେ ଜାଗ୍ରତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ସଂକ୍ଷସ୍କୃତିକ ଏବଂ କ୍ରୀଡା ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ରୀଡା ର ଆୟୋଜନ କରାଯାଇଥିଲା ।

ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସନ୍ନମାନିୟ ଅତିଥି ଭାବେ କଙ୍କଡ଼ାହାଡ଼ ବ୍ଲକ ଅଧକ୍ଷା, ଢେଙ୍କାନାଳ ସାଂସଦ ମହେଶ ସାହୁ, ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ, କାମାକ୍ଷାନଗର ଉପଜିଲ୍ଲାପାଳ କାମାକ୍ଷାନଗର ବ୍ଲକ ଅଧକ୍ଷ ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

nineteen − 17 =