୮ଦଫା ଦାବି ପୂରଣ ଦାବିରେ ଭାରତୀୟ କାମାକ୍ଷାନଗର ମଜଦୁର ସଂଘ ପକ୍ଷରୁ ଉପ-ଜିଲ୍ଲାପାଳ, ସି.ଡି.ପି.ଓ.,ବି.ଡ଼ି.ଓ.ଙ୍କୁ ଦାବିପତ୍ର ପ୍ରଦାନ !

ଢେଙ୍କାନାଳ : କାମାକ୍ଷାନଗର ପ୍ରକଳ୍ପର କୁସୁମ ଯୋଡି, ମହୁଲପାଳ, ବାରୁଆଁ, ତୁମୁସିଙ୍ଗା ସେକ୍ଟରର ସମସ୍ତ କର୍ମୀ ଓ ସହକର୍ମୀ ମାନେ , ବିଭିନ୍ନ ସମସ୍ୟାର ସମାଧାନ ତଥା ବିଭିନ୍ନ ଦାବି ପୂରଣ ଉଦେଶ୍ୟରେ ଆସନ୍ତା ୨୧ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବା ସଙ୍ଗେ ସଙ୍ଗେ ସମସ୍ତ ସରକାରୀ କାର୍ଯ୍ୟରୁ ନିବୃତ ରହୁବା ପ୍ରତିବାଦରେ କାମାକ୍ଷାନଗର ମଜଦୁର ସଙ୍ଘ ପକ୍ଷରୁ କାମାକ୍ଷା ନଗର ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସେମାନଙ୍କ୮ଦଫା ଦାବି ଗୁଡିକ ହେଲା ଆନ୍ଦୋଳନ ସମୟରେ ବହିସ୍କୃତ ୬ଜଣ ଅଙ୍ଗନବାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ,ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ପ୍ରଦାନ, ମିନି ଅଙ୍ଗନବାଡି ଉଛେଦ କରି ମୁଖ୍ୟ ଅଙ୍ଗନବାଡି କର୍ମୀ ର ମାନ୍ୟତା ପ୍ରଦାନ,ଅଙ୍ଗନବାଡି, ମିନି ଅଙ୍ଗନବାଡି, ସହାୟିକା ଙ୍କୁ ଅବସର କାଳୀନ ସହାୟତା ପ୍ରଦାନ, ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମଚାରୀଙ୍କୁ ବାଦ, ନୂତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖି ସମସ୍ତ କର୍ମଚାରୀଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା,୫୦ଶତକଡା ଅଙ୍ଗନବାଡି କର୍ମୀଙ୍କୁ ପଦୋନ୍ନତି ଦିଆଯିବା ବେଳେ ଆଉ,୫୦ ଶତକଡା ସ୍ନାତକ ଓ ଉର୍ଦ୍ଧ ଅଙ୍ଗନବାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯିବା ଆଦି ଦାବି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

19 − 13 =