ଢେଙ୍କାନାଳ : ଜିଲ୍ଲାର ର ଗୌରବ ବଢ଼ାଇଥିବା ସଙ୍ଗିତ ଦୁନିଆର ଯୁବପ୍ରତିଭା ଅଂଶୁମାନ ଭରଦ୍ୱାଜ । ଢେଙ୍କାନାଳ ଜିଲ୍ଲାର ଶକ୍ତି ମିଶ୍ର, ଅସୀମା ପଣ୍ଡାଙ୍କ ଭଳି ଆଗଧାଡ଼ିର କଣ୍ଠଶିଳ୍ପୀ ପରି ଭଜନ, ଜଣାଣ ହେଉ କି ଆଧୁନିକ ଗୀତ, ଶ୍ରୋତାଙ୍କ ହୃଦୟକୁ ଛୁଇଁ ପାରିଛି ତାଙ୍କ ସୁମଧୁର ସ୍ୱର ।
ଅଂଶୁମାନ ‘ସିଦ୍ଧାର୍ଥ ’ ଟିଭିରେ ପ୍ରସାରିତ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ ‘ଓଡ଼ିଶାର ନୂଆ ସ୍ୱର’ ରେ ନିଜର ଦକ୍ଷତାର
ପରିଚୟ ଦେଇଥିବାବେଳେ ସଙ୍ଗୀତ ଜଗତରେ ନୂଆକରି ପାଦ ଥାପୁଥିବା ଯୁବପିଢ଼ିଙ୍କ ପାଇଁ ଆଜି ସାଜିଛନ୍ତି ଆଦର୍ଶ।ଅଂଶୁ ମାନଙ୍କ ର ପିଲାଟି ଦିନରୁ ସଙ୍ଗୀତ ପ୍ରତି ଦୁର୍ବଳତା ରହିଆସିଛି ।
ଏଥିରେ ତାଙ୍କ ମା’ ମଧୁସ୍ମିତା ମିଶ୍ରଙ୍କ ପ୍ରୋତ୍ସାହନ ଏବଂ ବାପା ଆଇନଜୀବୀ ତଥା ସମାଜସେବୀ ଦେବାଶିଷ ମିଶ୍ରଙ୍କ ପ୍ରେରଣା ପଥ ସୁଦୃଢ କରିବାରେ ସହାୟକ ହୋଇଛି। ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ଗୁରୁ ଯାମିନୀ ରଞ୍ଜନ ଦାସ, ଗୁରୁଶିବାନୀ ପ୍ରିୟଦର୍ଶନୀ ନନ୍ଦଙ୍କଠାରୁ ଅଂଶୁମାନ ସଙ୍ଗୀତ ଶିକ୍ଷା ଗ୍ରହଣ କରିଛନ୍ତି । ରାଜ୍ୟର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁମଧୁର ସଙ୍ଗୀତ ପରିବେଷଣ କରି ଶ୍ରୋତାମାନଙ୍କ ପାଖରେ ପ୍ରଶଂସିତ ହୋଇ ପାରିଛନ୍ତି। କୋଲକାତାରେ ରେକଡିଂ ହୋଇଥିବା ‘ସିଙ୍ଗ୍ ଦିଲ୍ସେ’ ଗୀତଗାଇ ସେ ଦର୍ଶକଙ୍କ ପ୍ରଶଂସା ଭାଜନ ହୋଇପାରିଛନ୍ତି ।
କେବଳ ଏତିକି ନୁହେଁ, ସେ ଏକାଧାରରେ ଜଣେ ମଞ୍ଚ ଅଭିନେତା , କ୍ରିକେଟର ମଧ୍ୟ। ଏଏସ୍ସିଏଲ୍ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ପ୍ରାଇଭେଟ୍ କ୍ରିକେଟ ଲିଗ୍ରେ ଓଡ଼ିଶାର ୧୪୦ ପ୍ରତିଭାଙ୍କ ମଧ୍ୟରୁ ଚୟନ ହୋଇଥିବା ୨ଜଣଙ୍କ ମଧ୍ୟରେ ଅଂଶୁମାନ ଚୟନହୋଇଥିଲେ । ସେ ଏବେ ଡେରାଡୁନ୍ରେ ପ୍ରସ୍ତୁତି ଚଳାଇଛନ୍ତି। ଯୁକ୍ତ ୩ ପ୍ରଥମ ବର୍ଷରେ ପାଦ ଥାପିଥିବା ଏହି ୧୮ ବଷୀର୍ୟ ଯୁବକ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କୁ ଆଦର୍ଶ ମାନୁଥିବା ବେଳେ ଭବିଷ୍ୟତରେ ଓଲିଉଡି ଏବଂ ବଲିଉଡ ରେ କଣ୍ଠଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ସୂଚନାଯୋଗ୍ୟ, ଅଂଶୁମାନଙ୍କର ପୈତୃକ ଘର ମୁକ୍ତାଦେଈପୁର ଶାସନ ହୋଇଥିବାବେଳେ ବିଶିଷ୍ଟ ଶିକ୍ଷାବିତ, ଆଇନଜୀବୀ ତଥା ସାହିତ୍ୟକ ସ୍ୱର୍ଗତ ଡ. ବିଧାନଚନ୍ଦ୍ର ମିଶ୍ରଙ୍କ ସେ ନାତି ଅଟନ୍ତି ।