ଢ଼େଙ୍କାନାଳ : ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଲତାବିଲ ଅଂଚଳର ବୁଦ୍ଧିମନ୍ତ ପାତ୍ର ଙ୍କ ପତ୍ନୀ ଲକ୍ଷ୍ମୀ ପାତ୍ର ଙ୍କର ଆଜି ଶୁକ୍ରବାର ଭୋର ସାଢେ ୪ ଘଟିକା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ଦୁଇ ପୁଅ ,ବୋହୁ , ଝିଅ , ନାତି ନାତୁଣି ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ ।
ଲକ୍ଷ୍ମୀ ପାତ୍ର ଙ୍କର ବିୟୋଗ ଖବର ଶୁଣି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଁଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଟୋଲଙ୍କବେରେଣି ସ୍ଥିତ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା । ସାନପୁଅ( ବ୍ୟାଙ୍କ ଅଫିସର) କ୍ଷୀରୋଦ ଚନ୍ଦ୍ର ପାତ୍ର ଙ୍କ ଉପସ୍ଥିତିରେ ବଡପୁଅ ବସନ୍ତ କୁମାର ପାତ୍ର ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ଲକ୍ଷ୍ମୀ ପାତ୍ର ଏକାଧାରରେ ଜଣେ ଧର୍ମ ପରାୟଣା , ପରୋପକାରୀ , ଦୟାଳୁ, ମେଳାପି ଓ ସ୍ନେହୀ ମହିଳା ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।