ଢ଼େଙ୍କାନାଳ : ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଜୟପୁରାକାଟେଣୀ ଗ୍ରାମ ପଞ୍ଚାୟତ ର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ କାଦବସନ୍ତର ଅସହାୟ ରୋଗଗ୍ରସ୍ତ କୈଳାଶ ମୁର୍ମୁ ଙ୍କୁ ସାମାଜିକ ସଂଗଠନ “ଯୁବଶକ୍ତି”ର ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଅସହାୟ କୈଳାଶ ମୁର୍ମୁ ରୋଗଗ୍ରସ୍ତ ଅବସ୍ଥାରେ ଜରିପାଲ ତଳେ ଯାଯାବର ଭଳି ଜୀବନ ଯାପନ କରୁ ଅଛନ୍ତି, ନା ରହିଛି ତାଙ୍କର ଘର, ନା ଅଛି ରାସନ, ଭତା ମଧ୍ୟ ଏ ପର୍ଯ୍ୟନ୍ତ ପାଇ ପାରି ନାହାନ୍ତି ଯାହା ବଡ଼ ଦୁଃଖଦ ଓ ଦୁର୍ଭାଗ୍ୟ ଜନକ ଘଟଣା । ଏ ନେଇ ପରଜଙ୍ଗ ବ୍ଲକ ପ୍ରଶାସନ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତୁରନ୍ତ ଅସହାୟ କୈଳାଶ ମୁର୍ମୁ ଙ୍କୁ ସମସ୍ତ ଚିକିତ୍ସା ଖର୍ଚ୍ଚ, ରହିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର,ରାସନ ରାଉଳ, ବାର୍ଦ୍ଧକ୍ୟ ଭତ୍ତା ରେ ସାମିଲ କରିବା ପାଇଁ ନିବେଦନ କରିଛନ୍ତି ।