ଶିଶୁ ବିକାଶ  ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ “ଶିଶୁ ପାଇଁ ଦିନଟିଏ ” ବୈଠକ ଅନୁଷ୍ଠିତ  !

ଢ଼େଙ୍କାନାଳ  : ଶିଶୁ ବିକାଶ  ପ୍ରକଳ୍ପ କାର୍ଯ୍ୟଳୟ ଓ  ଓଡାପଡା ତରଫରୁ ବ୍ଲକ ସ୍ତରୀୟ ତ୍ରୟ ମାସିକ ” ଶିଶୁ ସୁରକ୍ଷା ଟାସ୍କ ଫୋର୍ସ କମିଟି ” ତଥା ସରକାରଙ୍କର ନୂତନ ଯୋଜନା ” ଶିଶୁ ପାଇଁ ଦିନଟିଏ ” ବୈଠକ ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି ଙ୍କ  ଅଧ୍ୟକ୍ଷତା  ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଓଡାପଡା ଶ୍ରୀମତୀ ନିବେଦିତା ତ୍ରିପାଠୀଙ୍କ ସହଯୋଗରେ  ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି  ।

ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷ ଅମିତାଭ ସ୍ୱାଇଁ , ଓଡାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଅଙ୍କିତା ପାଲ , ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ କୁମାର କଲୋ, ସ୍ବେଛାସେବୀ ଅନୁଷ୍ଠାନ ” ଈଶ୍ୱର ” ର ଚେୟାର ମ୍ୟାନ ରବୀନ୍ଦ୍ର କୁମାର ବେହେରା , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଭ୍ୟ ସୁବାଷ ଚନ୍ଦ୍ର ସାହୁ ତଥା ଅନ୍ୟ ସମସ୍ତ ତଥା ସରପଞ୍ଚ ମାନେ ଯୋଗ ଦେଇଥିଲେ ।

        ପ୍ରଥମେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଓଡାପଡା  ଶ୍ରୀମତୀ ନିବେଦିତା ତ୍ରିପାଠୀ  ସ୍ୱାଗତ ଭାଷଣ ମାଧ୍ୟମରେ କାର‌୍ୟ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ବାବଦରେ ବୁଝାଇଥିଲେ ଓ ତୃଣ ମୂଳ ସ୍ତରରେ ଏହା କିପରି କାର‌୍ୟ୍ୟକାରୀ ହେବ ସେ ବାବଦରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

        ଏହା ପରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଓଡାପଡା ଶ୍ରୀମତୀ ତ୍ରିପାଠୀ  ଶିଶୁ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବା , ବ୍ଲକରେ ବାଲ୍ୟ ବିବାହକୁ  ରୋକିବା , ଯେମିତି ଆଗାମୀ ଦିନ ମାନଙ୍କରେ ଗୋଟିଏ ବି ବାଲ୍ୟ ବିବାହ  ନ ହୁଏ ସେଥିପାଇଁ ସମସ୍ତେ ମିଳିତ ଭାବେ ପ୍ରୟାସ କରିବାକୁ ସରପଞ୍ଚ ମାନଙ୍କୁ ଆହ୍ୱାନ ଦେଇଥିଲେ ।

        ଏହାପରେ ସୁପରଭାଇଜର ତପସ୍ୱିନୀ ପୃଷ୍ଟି ଓ ମୋନାଲିସା ରାଉତ ଗତ ଦିନ ମାନଙ୍କରେ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ କି କି କାର୍ଯ୍ୟାକ୍ରମ କରାଯାଇଛି ଓ ଆଗାମୀ ତ୍ରୟ ମାସିକ ଯୋଜନା ପାଇଁ କି କି କାର‌୍ୟ୍ୟ ପନ୍ଥା ସ୍ଥିର କରାଯାଇଛି ତାହା  ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ  ।

        ବ୍ଲକ ଶିକ୍ଷାଧିକାରୀ ଶିଶୁ ମାନଙ୍କର ମୌଳିକ ଶିକ୍ଷା କୁ ସୁନିଶ୍ଚିନ୍ତ କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଯାହା ଯାହା ଆବଶ୍ୟକ ସେଥିପ୍ରତି ସମ୍ପୂର୍ଣ୍ଣ ସହଯୋଗ  ରହିବ ବୋଲି ପ୍ରତିଶୃତି ନେଇଥିଲେ । ଡାକ୍ତର ଅଙ୍କିତା ପାଲ ବାଲ୍ୟ ବିବାହର କୁପରିଣତି କିପରି ସମାଜ ଉପରେ ପଡିବ , ନିଜ ଉଦାହରଣ ମାଧ୍ୟମରେ ଜଣାଇ ଥିଲେ ଓ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ବାଲ୍ୟ ବିବାହ ରୋକିବା , ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା , ଯୁବତୀ ଚାଲାଣ ରୋକିବା ବାବଦରେ ବୁଝାଇ ଥିଲେ ଓ ଶିଶୁ ସୁରକ୍ଷା ସଭ୍ୟ “ଆଶୀର୍ବାଦ” ଯୋଜନାରେ କେତେ ଜଣ ଉପକୃତ ହୋଇଛନ୍ତି ଜଣାଇ ଥିଲେ । ବିଡୋ ଗ୍ରାମ ପଞ୍ଚାୟତର କିଶୋରୀ ବାଳିକା ଅନୁସ୍ଵୟା ପ୍ରଧାନ ସ୍ଵଅନୁଭୂତି ସମ୍ପର୍କିତ ଶିଶୁ ପାଇଁ ଦିନଟିଏ କାର‌୍ୟ୍ୟକ୍ରମର ସମସ୍ୟା ଉପରେ ଆଲୋଚନା ପୂର୍ବକ ନିଜ ଗ୍ରାମରେ ବାଲ୍ୟ ବିବାହ ରୋକିବା ଦିଗରେ କାର୍ଯ୍ଯ କରି କିପରି ସଫଳ ହୋଇଥିଲେ ତାହା ଜଣାଇଥିଲେ ।

        ଶେଷରେ ଲକ୍ଷ୍ମୀ ପଣ୍ଡା ଆମ ପରିବେଶରେ , ଆମ ବିଦ୍ୟାଳୟର ଶିଶୁ ମାନେ କେତେ ଅସୁରକ୍ଷିତ ଏଥିପାଇଁ ସମସ୍ତେ ସତର୍କ ରହିବାକୁ ଜଣାଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ ଓ ଏହା ପରେ ସଭାପତି   କାର୍ଯ୍ଯକ୍ରମର ସମାପ୍ତି ଘୋଷଣା କରିଥିଲେ ।

Leave A Reply

Your email address will not be published.

20 − 2 =