ଭୁବନ; ଆର. ଏସ୍. ଏସ. ର କାର୍ଯ୍ୟ କର୍ତ୍ତା ଙ୍କ ଦ୍ଵାରା ହିନ୍ଦୁ ନବ ବର୍ଷ ପାଳିତ !

ଢ଼େଙ୍କାନାଳ : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ସ୍ୱାମୀ ବିବେକାନନ୍ଦ ସାୟଂ ଶାଖା ମାର୍ଥାପୁର ଆନୁକୁଳ୍ଯରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ହୋଇଯାଇଛି I

ପ୍ରାତଃ ୭ ଘଟିକା ସମୟରେ ମା ମାନଙ୍କ ଦ୍ଵାର ଶଙ୍ଖ ଘଣ୍ଟ ଓ ହୁଳହୁଳି ନାଦ ଶହ ନବ ବର୍ଷ କୁ ସ୍ୱାଗତ କରାଯାଈଥିଲା I ଏହି ଅବସରରେ ଏକ ଗାୟତ୍ରୀ ଯଜ୍ଞ ର ଆୟୋଜକ କରାଯାଇଥିଲା I ପ୍ରାୟ ସକାଳ ୭:୩୦ ସମୟରେ ପ୍ରାୟ ଦୁଇ ସହ ରୁ ଅଧିକ ମା’ ମାନଙ୍କ ଦ୍ଵାର କଳସ ଶୋଭାଯାତ୍ରା ହୋଇ ପ୍ରାୟ ୯ ଘଟିକା ସମୟରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ଦିବା ୧ ଘଟିକା ର ସମାପ୍ତ ହୋଇଥିଲା I

ଜନ ସଚେତନତା ସୃଷ୍ଟି କରିବା ପାଇଁ ଆର. ଏସ୍. ଏସ. ର କାର୍ଯ୍ୟ କର୍ତ୍ତା ଙ୍କ ଦ୍ଵାରା ବାଇକ୍ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ମାର୍ଥାପୁର, ଯମୁନାକୋଟ, ମଠକରୋଗୋଳା, ଜିରାଳ, ଅରଖପାଳ ଓ ଦୀଘି ପଞ୍ଚାୟତର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ I

Leave A Reply

Your email address will not be published.

two × two =