ପରିଣତ ବୟସରେ ସାହାରା ହେଉଛି ‘ଐରା’ : ଉପକୃତ ହେଉଛନ୍ତି ବେସାହାରା ବୃଦ୍ଧ ବୃଦ୍ଧା !

ଢ଼େଙ୍କାନାଳ : ପରିଣତ ବୟସରେ ସାହାରା ହେଉଛି ଐରା, ବୃଦ୍ଧ ବୃଦ୍ଧା ମାନଙ୍କ ମୁହଁରେ ହସ ଫୁଟୁଚି । ଖୁସିରେ ଜୀବନ ବିତାଉଛନ୍ତି ବୃଦ୍ଧ ବୃଦ୍ଧା । ଯେଉଁ ବୟସରେ ଘରେ ନିଜ ନାତି ନାତୁଣୀ ଙ୍କ ହସ ଖୁସିରେ ସମୟ ବିତିବା କଥା ହେଲେ ପରିବାର ଝଡ଼ଜାଞ୍ଜଳ ପରିବାର ଠୁ ଅଲଗା କରିଥାଏ । ଜୀବନକୁ ଶେଷ ସମୟ ପର୍ଯ୍ୟନ୍ତ ବଞ୍ଚିବାର ସ୍ଥାନ ଦେଉଛି ଚକ୍ର ଧାରୀ ବରିଷ୍ଠ ନାଗରିକ ଗୃହ (ଐରା) ।
ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଅଁଳାପାଳ ଗ୍ରାମରେ ଅବସ୍ଥିତ ଚକ୍ର ଧାରୀ ବରିଷ୍ଠ ନାଗରିକ ଗୃହ (ଐରା) । କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଅରୁନ୍ ଗ୍ରାମ୍ୟ ବ୍ୟାପାର ପ୍ରତିଷ୍ଠାନ (ଐରା) । ଢେଙ୍କନାଳ ଜିଲ୍ଲାରେ ଐରା ସଂସ୍ଥା ଦ୍ଵାର ଛଅ ଟି ପରିଚାଳିତ ହେଉଥିବା ବେଳେ ଅଁଳାପାଳ ଗ୍ରାମରେ ଅନ୍ୟତମ ।

୨୦୧୯ ମସିହାରେ ରେ ଆରମ୍ଭ ହୋଇଥିଲା ଆଜକୁ ତିନି ବର୍ଷ ହେବ ବେଶ୍ କିଛି ଲୋକ ଉପକୃତ ହେଉଛନ୍ତି । ଏହି ବରିଷ୍ଠ ନାଗରିକ ଗୃହରେ ସର୍ବାଧିକ ୨୫ ଜଣ ରହିବାର ବ୍ୟବସ୍ଥା ରହିଥିବା ବେଳେ ସଂସ୍ଥା ପକ୍ଷରୁ ବିଭିନ୍ନ ବିଭାଗରେ ନଅ ଜଣ କର୍ମଚାରୀ ରହିଛନ୍ତି । ବୃଦ୍ଧ ବୃଦ୍ଧା ମାନଙ୍କର ସ୍ୱାସ୍ଥ୍ୟ ବସ୍ତା ର ତଦାରଖ ପାଇଁ ବିଭାଗ ପକ୍ଷରୁ ଷ୍ଟାଫ୍ ନର୍ସ ପ୍ରତି ସପ୍ତାହରେ ଶୁକ୍ରବାର ଦିନ ଯାଂଚ କରିଥାନ୍ତି । ପ୍ରତିଦିନ ସନ୍ଧ୍ୟା ସମୟରେ ଅନ୍ତେବାସୀ ମାନଙ୍କୁ ଯୋଗ କରିବା ପାଇଁ ଜଣେ ନିଯୁକ୍ତି ହୋଇଛନ୍ତି I ଦୈନିକ ଖାଦ୍ୟ ପାଇଁ ସାରଣୀ ଅନୁସାରେ ରୋଷେଇ ବ୍ୟବସ୍ତା ହୋଇଥାଏ ।

ଜିଲ୍ଲାରେ ଏହି ଅନୁଷ୍ଠାନ ଟି ଗ୍ରାମାଞ୍ଚଳର ପରିବେଶ ଭିତରେ ରହିଥିବାରୁ ପରିଣତ ବୟସରେ ବୃଦ୍ଧ ବାପା ମା ମାନେ ବେଶ୍ ଉପକୃତ ହୋଇପାରିଛନ୍ତି I ପର୍ବ ପର୍ବାଣୀ ଆସିଲେ ଅନ୍ତେବାସୀ ଙ୍କ ପାଇଁ ପିଠାପଣା ର ଖାଦ୍ୟ ପ୍ରସ୍ତୁତ ହୋଇଥାଏ I ପ୍ରତିବର୍ଷ ଶୀତରୁତୁ ଆସିଲେ ଅନ୍ତେବାସୀ ଙ୍କୁ ଅଖା ପାଖ ଦର୍ଶନୀୟ ସ୍ଥାନ ଓ ଦେବା ଦେବୀ ମନ୍ଦିର କର୍ମଚାରୀ ମାନେ ବୁଲାଇ ନେଇଥାନ୍ତି I ବେସାହାରା ଅବସ୍ତାରେ ଜୀବନ ବିତାଉଥିବା ବାପା ମା ମାନଙ୍କ ପାଖରେ କିଛି ସମୟ ବିତାଇବା ପାଇଁ କାହାର ଜନ୍ମ ଦିନ ହେଲେ ଆଶୀର୍ବାଦ ପାଈଁ ଆସି ପହଞ୍ଚନ୍ତି ।

ଅନ୍ୟ କିଛି ସଂଗଠନ ବିଭିନ୍ନ ସମୟରେ ଆସି ଅନ୍ତେବାସୀଙ୍କୁ କିଛି ସହାୟତା ମଧ୍ୟ ପ୍ରଦାନ କରିଥାନ୍ତି । ସରକାରଙ୍କର ଦ୍ଵାର ପରିଚାଳିତ ଏହି ସଂସ୍ଥା ବୃଦ୍ଧ ବାପା ମା ମାନଙ୍କୁ ଉଚିତ଼୍ ସମୟରେ ସବୁ ପ୍ରକାରର ସୁ ବ୍ୟବସ୍ଥା ରହିଥିବାରୁ ପରିଣତ ବୟସରେ ହସ ଖୁସିରେ ଜୀବନ ବିତାଉଥିବା ର ଅନ୍ତେବାସୀ ପ୍ରକାଶ କରିଛନ୍ତି । ବୃଦ୍ଧ ବାପା ମା ମାନଙ୍କ ର ସେବା କରିବା ପାଇଁ ଆମକୁ ସୁଯୋଗ ମିଳିଛି ଅନ୍ତେବାସୀଙ୍କ ସହିତ ହସ ଖୁସିରେ କେତେବେଳେ ସମୟ ଭିତି ଯାଉଥିବା କୁହନ୍ତି ସମସ୍ତ କର୍ମଚାରୀ ଓ ଅଁଳାପାଳ ଐରା ସଂସ୍ଥା ର ମୁଖ୍ୟ ବିମଳ ଚନ୍ଦ୍ର ପୁହାଣ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

6 + 18 =